କନ୍ଧମାଳରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ଉଦ୍ଘାଟିତ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ଜିଲାପାଳ ଡ଼.ବୃନ୍ଦା.ଡ଼ିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍, ଜିଲା ସମାଜ ମଙ୍ଗଳ ଅଧିକାରୀ ମନସ୍ୱିନୀ ମିଶ୍ର, କାର୍ଯ୍ୟକ୍ରମ ଅଧିକାରୀ ଏସ୍.ଗାୟତ୍ରୀ, ପୋଷ୍ୟ ସନ୍ତାନ ଗ୍ରହଣ ନିର୍ଦ୍ଦେଶକ ରବିନ୍ଦ୍ର କୁମାର ପଣ୍ଡା, ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଅଶୋକ କୁମାର ବେହେରା, ସଖୀ ଓ ଚାଇଲ୍ଡଲାଇନ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଚେତନତା ରଥ ଜିଲାର ସମସ୍ତ ୧୨ଟି ବ୍ଳକରେ ପରିକ୍ରମା କରି ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସଚେତନ କରିବ ବୋଲି ଡ଼ି.ସି.ପି.ଓ ରଶ୍ମିତା କରନ୍ ସୂଚନା ଦେଇଛନ୍ତି ।


