କନ୍ଧମାଳରେ ଜଣେ କରୋନା ଯୋଦ୍ଧା ସମେତ ୪୧ କରୋନା ସଂକ୍ରମିତ ଚିହ୍ନଟ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରୁ ବୁଧବାର ପୁଣି ୪୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୦୬ରେ ପହଞ୍ଚିଛି। ବୁଧବାର ଚିହ୍ନଟଙ୍କ ମଧ୍ୟରେ ୨୩ଜଣ ପୁରୁଷ ଓ ୧୮ଜଣ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ଅଛନ୍ତି।ଫୁଲବାଣୀରୁ ୧୭ଜଣ ଚିହ୍ନଟ ହୋଇଥିବାବେଳେ ଚକାପାଦରୁ ଜଣେ , ଦାରିଙ୍ଗବାଡ଼ିରୁ ୨ ଜଣ ,କ.ନୂଆଗାଁରୁ ଜଣେ , ଟିକାବାଲିରୁ ୪ ଜଣ , କୋଟଗଡ଼ରୁ ୪ ଜଣ , ତୁମୁଡ଼ବନ୍ଧରୁ ୨, ରାଇକିଆରୁ ୩, ବାଲିଗୁଡ଼ାରୁ ୨, ଫିରିଙ୍ଗିଆରୁ ଜଣେ ଓ ଖଜୁରିପଡ଼ାରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଏକ ଅଞ୍ଚଳରୁ ୨ ଜଣ ସଂକ୍ରମିତ ହୋଇଛନ୍ତି। ଜିଲ୍ଲାରେ ଚିହ୍ନଟ ୨୦୦୬ ଜଣ ମଧ୍ୟରୁ ୧୫୪୪ଜଣ ସୁସ୍ଥ ହୋଇ ଫେରିଥିବାବେଳେ ୭ଜଣଙ୍କର ମୃତ୍ୟୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ