କନ୍ଧମାଳରେ ବାଲ୍ୟ ବିବାହ ବନ୍ଦକଲା ଚାଇଲଡ଼ଲାଇନ୍‍, ଅଧାରେ ଅଟକିଲା ନିର୍ବନ୍ଧ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଚାଇଲ୍ଡଲାଇନ୍ ୧୦୯୮ ଜରିଆରେ ବାଲ୍ୟବିବାହ ସମ୍ପର୍କରେ ସୁଚନା ଆସିବା ପରେ ତୁରନ୍ତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସମ୍ମନ୍ବିତ ଶିଶୁ ବିକାଶ ଅଧିକାରିଣୀ ହରପ୍ରିୟା ମେହେରଙ୍କ ନେତୃତ୍ବରେ ସୁପରଭାଇଜର, ସ୍ଥାନୀୟ ପାହିରାଜୁ ସରପଞ୍ଚ ତଥା ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଅଧ୍ୟକ୍ଷ, ସ୍ଥାନୀୟ ଅଙ୍ଗନଓ୍ବାଡି କର୍ମୀ ଓ ଚାଇଲ୍ଡଲାଇନ୍ ଟିମ୍ ପ୍ରଭାସରଞ୍ଜନ ନାୟକ ଏବଂ ରାଜଲକ୍ଷ୍ମୀ ମହାକୁଡ ପ୍ରମୁଖ ମିଳିତଭାବେ ଗୋଛାପଡା ଥାନା କର୍ମଚାରୀଙ୍କ ସହଯୋଗରେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅନ୍ତର୍ଗତ ପାହିରାଜୁ ଗ୍ରାମପଞ୍ଚାୟତ ଅଞ୍ଚଳରେ ଏକ ୧୬ ବର୍ଷୀୟା ନାବାଳିକାର ନିର୍ବନ୍ଧକୁ ବନ୍ଦ କରାଯଇଛି ଓ ସ୍ଥିର ହୋଇଥିବା ବିବାହ କାର୍ଯ୍ୟକ୍ରମକୁ ବନ୍ଦ କରାଯଇଛି। ସୁଚନା ଅନୁସାରେ ନାବାଳିକାର ବିବାହ ଖଜୁରୀପଡା ଥାନା ଅଞ୍ଚଳରେ ସ୍ଥିରହୋଇଥିଲା ଓ ଆଜି ନର୍ବନ୍ଧ କାର୍ୟ୍ୟକ୍ରମ ନାବାଳିକା ପରିବାରରେ ଆଡମ୍ବରରେ ଚାଲିଥିଲା। ଏହି ସମୟରେ ପ୍ରଶାସନର ମିଳିତ ଟିମ୍ ପହଞ୍ଚି ନିର୍ବନ୍ଧକୁ ବେଆଇନ ଘୋଷଣା କରିଥିଲେ ଏବଂ ନାବାଳିକା ଓ ତାର ପିତାମାତାଙ୍କୁ କାଉନସେଲିଂ ଓ ବାଲ୍ୟବିବାହର କୁପରିଣାମ ଏବଂ ଆଇନ ସମ୍ପର୍କରେ ଅବଗତ କରିଥିଲେ। ଏହାପରେ ନାବାଳିକାର ନାବାଳିକାର ପିତାମାତା ସହମତ ହୋଇଥିଲେ ଓ ଲିଖିତ ଚୁକ୍ତିନାମା ପ୍ରଦାନ କରିଥିଲେ। ଏହାପରେ ସିଏମପିଓଙ୍କ ତରଫରୁ ନାବାଳିକାକୁ ଅଧ୍ୟକ୍ଷ ଜିିଲ୍ଲା ଶିଶୁମଙ୍ଗଳ କମିଟିରେ ହାଜର କରାଯାଇଥିଲା ଓ ଗୋଛାପଡା ଥାନାରେ ଡାଏରୀ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ