କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ, ୮କୁଇଣ୍ଟାଲ ମହୁଲ ଜବତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ଗତ ବିଳମ୍ବିତ ରାତ୍ର ରେ ଫୁଲବାଣୀ ଅବକାରୀ ମୋବାଇଲ ଟିମ୍ ତଥା ସଦର ଅବକାରୀ କର୍ମଚାରୀଙ୍କ ପକ୍ଷରୁ ମିଳିତ ଭାବେ ସଦର ଥାନା ଅନ୍ତର୍ଗତ ସୁଡ଼ୁରୁକୁମ୍ଫା ଅଂଚଳର ଦେବେନ୍ଦ୍ରନାଥ ମହାନ୍ତି ନାମକ ଏକ ବ୍ୟକ୍ତିଙ୍କ ଘରେ ଅଚାନକ ଭାବେ ଚଢାଉ କରାଯାଇ ବେଆଇନ ଭାବେ ଥିବା ୮ କୁଇଣ୍ଟାଲ ୧୪ କିଲୋଗ୍ରାମ ମହୁଲ ଫୁଲ ଜବତ କରିଛନ୍ତି। ଏନେଇ ଅବକାରି ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଥିବା ଅବକାରି ଏସ ଆଇ ବାବୁନ ଜେନା ସୂଚନା ଦେଇଛନ୍ତି। ତେବେ ଅବକାରି ବିଭାଗ ପକ୍ଷରୁ ଅଚାନକ ଭାବେ ଚଢାଉ କରାଯାଇଥିବା କୁହାଯାଇଥିବା ଓ ଏହି ଚଢାଉ ପରେ ଦୁଇଟି ଅବକାରି ଦଳ ସାମିଲ୍‍ ହୋଇଥିବା କୁହାଯାଇଥିବା ବେଳେ ଅବକାରି କର୍ମଚାରୀମ।ନେ ଜାଣିଶୁଣି ଅଧିକ ଛାଡ଼ିଥିବା ବେଳେ କମ୍‍ ଜବତ କରିଥିବା ନେଇ ଅଞ୍ଚଳରେ ଆଲୋଚନା ଜୋର ଧରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ