କନ୍ଧମାଳରେ ମଦ ବିରୋଧି ଆନ୍ଦୋଳନ ତେଜିଲା ; ମଦ ବିକିଲେ ୧୦ ହଜାର, ମଦ୍ୟପାନ କଲେ ୫ ହଜାର ଜୋରିମାନା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ଓ ନୁଆଁପଦର ପଂଚାୟତରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ମଦ ପାଇଁ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବଢିବଢି ଚାଲିଛି। ଏହାକୁ ଦମନ କରିବା ପାଇଁ ଏକଜୁଟ୍ ହୋଇଛନ୍ତି ଉଭୟ ପଂଚାୟତର ଶହ ଶହ ମହିଳା। ଉଭୟ ଡିମିରିଗୁଡା ଏବଂ ନୂଆପଦର ପଂଚାୟତ ଅଧିନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ଆରମ୍ଭ କରିଛନ୍ତି ମଦ ବିରୋଧି ଅଭିଯାନ। ଏହି ଅବସରରେ  ଡିମିରିଗୁଡା ସ୍ଥିତ ମାପିତାବଳୀ ମନ୍ଦୀର ଠାରେ ଏକ ପ୍ରାରମ୍ଭିକ ବୈଠକ ମା ମହିଳା ମହାଶକ୍ତି ଓ ସଂଗ୍ରାମ ଯୁବକ ସଂଙ୍ଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଯୁବକ ସଂଘର ସଭାପତି ରଘୁପତି କହଁର ସଭାପତିତ୍ୱ ଅନୁଷ୍ଠିତ ଉକ୍ତ ସଭାରେ ନୂଆପଦର ସରପଂଚ ମହରାଗି ଦିଗାଳ, ଡିମିରିଗୁଡା ସରପଂଚ ପ୍ରତିନିଧି ପ୍ରଦିପ କୁମାର କହଁର, ପୂର୍ବତନ ୱାର୍ଡ଼ ସଭ୍ୟ ଜହନ ଦିଗାଳ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ବୈଠକରେ ଦୁଇଟି ପଞ୍ଚାୟତର ୪୦ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଟିର ମହିଳା ଉପସ୍ଥିତ ଥିଲେ। ବୈଠକରେ ଉଭୟ ପଚାଂତୟରେ ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରି ନିଶାମୁକ୍ତ ପଂଚାୟତ ଗଠନ ପାଇଁ ନିଷ୍ପତି ନିଆଯାଇଛି। ଅଂଚଳାରେ ମଦ ବିକ୍ରି କରୁଥିବା ବ୍ୟକ୍ତି ମହିଳା ସଂଙ୍ଘଦ୍ୱରା ଧରା ପଡିଲେ ୧୦ ହଜାର ଟଙ୍କା ଓ ମଦ୍ୟପାନ କରୁଥିବା ବ୍ୟକ୍ତି ୫ ହଜାର ଟଙ୍କା ଜୋରିମନା ଦେବା ସହ ମଦ ବିକ୍ରି କିମ୍ବା ମଦ୍ୟପାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପଚାଂୟତ ସ୍ତରରେ ଦିଆଯାଉଥିବା ସୁବିଧା ସୁଯୋଗରୁ ବଂଚିତ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ସଂଗ୍ରାମୀ ଯୁବକ ସଂଘର ସମ୍ପାଦକ ଦିବାକର ଦିଗାଳ ଓ ବରିଷ୍ଠ ସଦସ୍ୟ ଶିବପ୍ରସାଦ ଭୁକ୍ତା ପରିଚାଳନା କରିଥିବା ବେଳେ ମହିଳାନେତ୍ରୀ ସବିତା ବେହେରା , ଶ୍ରୀଦେବୀ ଦେହୁରୀ ବିଭିନ୍ନ ପ୍ରକାର ମତ ପ୍ରକାଶ କରିଥିଲେ। ସ୍ୱୟଂ ସହାୟକ ଦଳ ନୂଆଁପଦର ର ସଭାନେତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଆଗାମୀ ଦିନରେ ଏହି ମହିଳା ମହାଶକ୍ତି ସଂଙ୍ଘ ଅଂଚଳରୁ ଚୋରା ମଦ କାରବାର ବନ୍ଦ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ମଧ୍ୟ ନିଷ୍ପତି ନିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ