ଫୁଲବାଣୀ ଟାଉନ ଥାନା ଅଧିକାରୀ କରୋନାରୁ ସୁସ୍ଥ ହେବାପରେ ସ୍ୱାଗତ କଲେ ଏସଡିପିଓ

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା) :ଫୁଲବାଣୀ ଟାଉନ ଥାନା ଅଧିକାରୀ ଶୁସାନ୍ତ କୁମାର ସେଠୀ କୋଭିଡ ଆକ୍ରାନ୍ତ ରୁ ସୁସ୍ଥ ହୋଇ ଫେରିବା ସହିତ କାର୍ଯ୍ୟରେ ଯୋଗ ଦେବାକୁ ଆସିବା ସମୟରେ  ସେ କରୋନା ଭଳି ଦୁସାଧ୍ୟ ରୋଗ ବିରୋଧରେ ଯୁଦ୍ଧରେ ବିଜୟ ହାସଲ କରିବାରୁ ତାଙ୍କୁ ଶୁଭେଛା ଜଣାଇବା ସହିତ ତାଙ୍କୁ ପୁଷ୍ପ ଗୁଛ ଦେଇ ଥାନାକୁ ସ୍ୱାଗତ କରାଯାଇଛି । କରୋନା ଯୋଦ୍ଧା ତଥା ଫୁଲବାଣୀ ଟାଉନ ଥାନା ଅଧିକାରୀଙ୍କୁ ଫୁଲବାଣୀ ସଦର ଏସଡିପିଓ ସୁରେନ୍ଦ୍ର କୁମାର ମୁର୍ମୁ ଶୁଭେଛା ଜଣାଇବା ସହିତ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ସେ ଗତ ୨୧ ତାରିଖରେ ଜଣେ କରୋନା ସଂକ୍ରମିତଙ୍କର ଶବଦାହ କରାଯିବାବେଳେ ଶ୍ମସାନରେ ଥିବାବେଳେ ତାଙ୍କୁ ଅସ୍ୱସ୍ଥି ଲାଗିବାରୁ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । କରୋନାର କୌଣସି ଲକ୍ଷଣ ନଥିଲେ ମଧ୍ୟ ତାଙ୍କର କୋଭିଡ ପରୀକ୍ଷା କରାଯିବାପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଫଳରେ ସେ ହୋମ କ୍ୱାରେଣ୍ଟାଇନରେ ରହିବା ସହିତ ହୋମ ଆଇସୋଲେସନରେ ରହି ନିୟମିତ ଔଷଧ ସେବନ କରୁଥିଲେ । ଆଜି ସେ କରୋନା ମୁକ୍ତ ହେବାପରେ ତାଙ୍କ କାର୍ଯ୍ୟରେ ଯୋଗ ଦେବାପରେ ଟାଉନ ଥାନା ଏବଂ ପୋଲିସ ବିଭାଗରେ ଖୁସି ଦେଖା ଦେଇଛି । ସେ କେରୋନା ସଂକ୍ରମଣ କାଳରେ କଣେ କର୍ମଠ କରୋନା ଯୋଦ୍ଧା ଭାବରେ କାର୍ଯ୍ୟ କରିଆସିଛନ୍ତି । ତାଙ୍କର ଆରୋଗ୍ୟରେ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ