ବିଦ୍ୟାଳୟ ସ୍ଥାନାନ୍ତର ନିଷ୍ପତ୍ତିକୁ ଗ୍ରାମବାସୀଙ୍କ ବିରୋଧ; ଆନ୍ଦୋଳନ ପାଇଁ ଚେତାବନି

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଦୁୁର୍ଗମ ବିଲାବାଡ଼ି ପଞ୍ଚାୟତ ଅନ୍ତର୍ଗତ ଡଙ୍ଗା ଗ୍ରାମରେ ୧୯୫୭ ମସିହାର ପ୍ରତିଷ୍ଠା ହୋଇଥିବା ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ସରକାରଙ୍କ ନୂତନ ନିୟମ ପ୍ରକାରେ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ  ଦୁର୍ଗମ ଡଙ୍ଗା ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଲିମାଟି, କୁମ୍ଭାରପଡ଼ା, ଲୁଦୁଲୁଦି, କାନପେଜୁ ଆଦି ଗ୍ରାମର ଅଧିବାସୀମାନେ ସାମିଲ୍ ହୋଇଥିଲେ । ଡଙ୍ଗା ଗ୍ରାମରେ ଥିବା ବିଦ୍ୟାଳୟକୁ ବନ୍ଦ କରି ୪ କିଲୋମିଟର ଦୂରରେ ଥିବା ସାକାଡ଼ି ଗ୍ରାମକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ଉପରେ ଅଞ୍ଚଳବାସୀ ଆଲେଚାନା କରିଥିଲେ । ଡଙ୍ଗା ଗ୍ରାମରେ ଥିବା ବିଦ୍ୟାଳୟରେ ଛାତ ନିର୍ମିତ ଶ୍ରେଣୀ ଗୃହ, ପାଚେରି, ସୋଲାରଲାଇଟ୍, ବିଜୁଳି, ପାଇଖାନା, ନଳକୁପ ଆଦି ସମସ୍ତ ପ୍ରକାର ସୁବିଧା ସହିତ ଅଙ୍ଗନୱାଡ଼ି କେନ୍ଦ୍ର ଥିବା ବେଳେ ରାସ୍ତା ନଥିବା , ୪ ଗୋଟି ପାହାଡ଼ ଓ ଘାଟି ରାସ୍ତାରେ ଛୋଟ ଛୋଟ ପିଲାମାନେ ପାଠ ପଢିବା ପାଇଁ ୪ କିଲୋମିଟର ଦୂର ଅତିକ୍ରମ କରି ପ୍ରତ୍ୟେକ ଦିନ ସାକାଡ଼ି ଗ୍ରାମକୁ ଯିବା ଆସିବା ଅତ୍ୟନ୍ତ କଷ୍ଟକର ହୋଇ ପଡ଼ିବ । ପ୍ରଶାସନର ଏଭଳି ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଅଞ୍ଚଳବାସୀ ପ୍ରକାଶ କରିଥିଲେ।ସ୍କୁଲ କମିଟି ସଭାପତି ଚତୁର୍ଭୁଜ ଭୁକ୍ତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସର୍ବସମ୍ମତି କ୍ରମେ କୌଣସି ପ୍ରକାର ଡଙ୍ଗା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାନଯିବାକୁ ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକ ସ୍ଥଳେ ଅଞ୍ଚଳବାସୀ ଆନ୍ଦୋଳନ କରିବେ ବୋଲି ଚେତାବନି ଦେଇଛନ୍ତି । ସ୍କୁଲ ସ୍ଥାନାନ୍ତର ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଗ୍ରାମବାସୀ ଆଇନର ଆଶ୍ରୟ ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ଏହି ସଭାରେ ସୁଶିଳା ଭୁକ୍ତା, ରବିନ୍ଦ୍ର ଭୁକ୍ତା, ଅକ୍ଷୟ ଭୁକ୍ତା, ମହେନ୍ଦ୍ର ବିନ୍ଧାଣୀ, କୁମାରୀ ଭୁକ୍ତା, ପୁରାଣ କହଁର, ପ୍ରଶ୍ନ ମଲିକ, ଜିତ୍ ବେହେରା, ଦିବାକର ଭୁକ୍ତା, ନବଦା ପ୍ରଧାନ, ପଦ୍ମଚରଣ କଟା, ନରୋତ୍ତମ ବାଘ, ବସ୍ୟାନନ୍ଦ ବିନ୍ଧାଣୀ, କାଶବନ ଭୁକ୍ତା, କୃଷ୍ଣ ଚନ୍ଦ୍ର ଭୁକ୍ତାଙ୍କ ଭଳି ବହୁ ବ୍ୟକ୍ତି ସାମିଲ୍ ହୋଇ ବିିଭିନ୍ନ ପ୍ରକାର ମତ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ