କନ୍ଧମାଳରେ ହସ୍ତଶିଳ୍ପୀ ଓ ବୁଣାକାର ମିନି ମହୋତ୍ସବ ଉଦଘାଟିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କେନ୍ଦ୍ର ସରକାର ଅଧିନସ୍ଥ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଫୁଲବାଣୀ ମାଷ୍ଟ୍ରପଡ଼ା ଠାରେ ହସ୍ତଶିଳ୍ପ ଓ ବୁଣାକାର ମିନି ମହୋତ୍ସବ ଉଦଘାଟିତ ହୋଇଯାଇଛି। ହସ୍ତଶିଳ୍ପ ବିଭାଗର ଉନ୍ନୟନ କମିଶନର ହସ୍ତଶିଳ୍ପର ସହକାରୀ ନିର୍ଦ୍ଦେଶିକା କୁମାରୀ ଶୈଳଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଉପଜିଲାପାଳ ଜ୍ୟୋତି ରଂଜନ ରାୟ , ଫୁଲବାଣୀ ବନବିଭାଗର ଏସିଏଫ୍‌‌ ମଳୟ ରାଜନ କାଲୋ ଯୋଗଦେଇ ହସ୍ତଶିଳ୍ପ ଓ ବୁଣାକାର ମାନେ କିପରି ରୋଜଗାର କ୍ଷମ ହୋଇ ପାରିବେ ସେହି ଉଦ୍ଦେଶ୍ୟରେ ଏଭଳି ଏକ ମିନି ମହୋତ୍ସବ ଆୟୋଜନ କରଯାଇଛି ବୋଲି କହିଥିବା ବେଳେ ସହ ନିର୍ଦ୍ଦେଶିକା କୁମାରୀ ଶୌଳଜା ଏହି ମହୋତ୍ସବରେ କନ୍ଧମାଳ ସମେତ ସୁନ୍ଦରଗଡ଼, ଝାରୁସୁଗୁଡ଼ା, ବଲାଙ୍ଗିର, ସମ୍ବଲପୁର, ପୁରୀ ଓ କଟକ ଆଦି ଜିଲାର ବହୁ ସଂଖ୍ୟରେ ହସ୍ତଶିଳ୍ପ ଓ ବୁଣାକାର କାରିଗର ମାନେ ସାମିଲ୍‌‌ ହୋଇ ବିିଭିନ୍ନ ସାମଗ୍ରୀ ପ୍ରଦର୍ଶନୀ କରିବା ସହିତ ବିକ୍ରୟ କରୁଛନ୍ତି। ପାହାଡ଼ ଅନୁଷ୍ଠାନର ନିର୍ଦ୍ଦେଶକ ପଞ୍ଚାନନ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ସୁଶ୍ରୀ ମୁସ୍କାନ ସୁଆର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ