କନ୍ଧମାଳ ଜିଲ୍ଲା ସ୍ତରୀୟ ମାନବାଧିକାର ଡିଫେଣ୍ଡର ଫୋରମର ତାଲିମ ଶିବିର ଅନୁଷ୍ଠିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ସ୍ତରୀୟ ମାନବାଧିକାର ଡିଫେଣ୍ଡର ଫୋରମର ତାଲିମ ଶିବିର ବାଲିଗୁଡା ନିକଟସ୍ଥ ମହାସିଙ୍ଗି ନିକଟ ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ସୁରୁବାଲି ସ୍ଥିତ ଜନବିକାଶ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରଶାନ୍ତି ସାସ୍କୃତିକ ସମ୍ବଳ କେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବାରଟି ବ୍ଳକର ମାନବାଧିକାର ଡିଫେଣ୍ଡର ଫୋରମର ସମସ୍ତ ସଦସ୍ୟ ସଦସ୍ୟା , ଜିଲ୍ଲା ଓ ବ୍ଳକ ସଂଯୋଜକ ଯୋଗ ଦେଇଥିଲେ । ତାଲିମ ଦାତା ଭାବେ ରାଜ୍ୟ ମାନବାଧିକାର ଫୋରମର ଅଧ୍ୟକ୍ଷ ମନୋଜ ଜେନା ଓ ରାଜ୍ୟ ମାନବିକ ଅଧିକାର ଫୋରମ ସଂଯୋଜକ ରାଜୀବ ପଟ୍ଟନାୟକ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ରାଜ୍ୟ ସଦସ୍ୟ ଏମ୍ ଡି ଜିଆଉଦିନ ଅହମଦ ପରିଚାଳନା କରିଥିଲା ବେଳେ ଜିଲ୍ଲା ସଂଯୋଜକ ନୂତନ ନାୟକ, ତୁଷାରକାନ୍ତ ନାୟକ, ସି ଡବ୍ଲ୍ୟୁ ସି ସଦସ୍ୟା ଜୟନ୍ତି ପାଣିଗ୍ରାହୀ , ସ୍ବେଚ୍ଛାସେବୀ ସୁକାନ୍ତ ନାୟକ, ସାମାଜିକ କର୍ମୀ ମିନି ନାୟକ, ରାନୁବାଳା ମହାନ୍ତି, ବୈଦ୍ୟନାଥ ନାୟକ ସହଯୋଗ କରିଥିଲେ । ଲକ୍ଷ୍ମୀକାନ୍ତ ରାଜଗୁରୁ, ପ୍ରେମଚାନ୍ଦ ସିଂ, ସମାଜସେବୀ ବିକ୍ରମାଦିତ୍ୟ ବସ୍ତିରାୟ, ସାମାଜିକ କର୍ମୀ ସିମିଲାରାଣୀ ପଡ୍ରା, ବିଷ୍ଣୁପ୍ରିୟା, ମାନିନୀ ନାୟକ ଯୋଗଦେଇ ବ୍ଳକ ଅଞ୍ଚଳରେ ଘଟୁଥିବା ମାନବିକ ଅଧିକାର ଉଲଂଘନ ମହିଳା, ଶିଶୁ ଓ ଶିକ୍ଷା ଆଇନ ସମ୍ପର୍କରେ ଆଲୋଚନା କରିଥିଲେ । ଆଗମୀ ଦିନରେ ବ୍ଲକ୍ ମାନବିକ ଅଧିକାର ଫୋରମର ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ନେଇ ଡିଫେଣ୍ଡର ଭାଇ ଓ ଭଉଣୀମାନେ ନିଜନିଜର ମୂଲ୍ୟବାନ ମତାମତ ଦେଇଥିଲେ। ଏହା ସହିତ ବ୍ଲକ୍ ତଥା ଜିଲ୍ଲାରେ ମାନବ ଅଧିକାର ଉଲଂଘନ ଘଟଣା ନେଇ ଆଲୋଚନା କରିଥିଲେ।


