କନ୍ଧମାଳ ରେ ଚାଲାଣ ହୋଇଥିବା ଦୁଇ ମହିଳାଙ୍କ ସହ ଦୁଇ ଶିଶୁ ଉଦ୍ଧାର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବର୍ତ୍ତମାନ ସାରା ରାଜ୍ୟରେ ମାନବ ଚାଲାଣ ର‌୍ୟାକେଟ୍ ସକ୍ରିୟ ଅଛି । ଭଲ ଜୀବନ ଧାରଣ ମାନର ଆଶା ଦେଖାଇ ନାବାଳିକା, ନାବଳକ ଛାତ୍ରଛାତ୍ରୀ ଏବଂ ମହିଳାମାନଙ୍କୁ ବାହାର ରାଜ୍ୟକୁ ଚାଲଣ ହେଉଥିବା ଖବର ବାରମ୍ବାର ପ୍ରଚାରିତ ହେବା ପରେ ମଧ୍ୟ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ରୀତିମତ ଏହି ର‌୍ୟାକେଟ୍ ତାର କାୟା ବିସ୍ତାର କରି ଚାଲିଛି । ଏଭଳି ଚାଲାଣ ହୋଇଥିବା ଦୁଇ ମହିଳାଙ୍କ ସମେତ ସେମାନଙ୍କ ଶିଶୁପୁତ୍ରକୁ ପୋଲିସ୍ ତାମିଲନାଡ଼ୁରୁ ଉଦ୍ଧାର କରିଛି । ସୂଚନାଯୋଗ୍ୟ ଯେ ଗତ କିଛି ଦିନ ପୁର୍ବରୁ ଟିକାବାଲି ଥାନା ଅନ୍ତର୍ଗତ ଛତିଝାର ଗ୍ରାମରୁ ଦୁଇ ବିବାହିତା ମହିଳାଙ୍କ ସମେତ ଦୁଇ ଶିଶୁ ମନ୍ଦିର ଯିବାକୁ କହି ଘରୁ ଯାଇ ଆଉ ଘରକୁ ଫେରି ନ ଥିଲେ । ଏନେଇ ଟିକାବାଲି ଥାନାରେ ଏକ ନିଖୋଜ କେସ ୫ ଏବଂ ୬/୨୧ ରେ ରୁଜୁ କରାଯାଇ ଥିଲା । ଏହି ଖବର ଗଣମାଧ୍ୟମ ରେ ପ୍ରଚାର ପ୍ରସାର ହେବା ପରେ ଟିକାବାଲି ଓ ଯାଆଁଳା ପୋଲିସ ମିଳିତ ସହଯୋଗ ରେ ତାମିଲନାଡୁ ରୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଆଜି ତାଙ୍କ ଶାଶୁ ଘରେ ଅର୍ଥାତ ସ୍ୱାମୀ ମାନଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି । କିନ୍ତୁ କହିବା କଥା ଏହି ଯେ ଯେଉଁ ମାନେ ମିଛ ସତ କହି ସେମାନଙ୍କୁ ଦାଦନ ଖଟିବାକୁ ତାଙ୍କ ସ୍ୱାମୀ ମାନଙ୍କ ବିନା ଅନୁମତିରେ ନେଇଥିଲେ ସେମାନଙ୍କୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେଣୁ ଏହା ଅପରାଧୀ କୁ ଏକ ପ୍ରୋତ୍ସାହନ ସଦୃଶ୍ୟ କାରଣ ଏବେ ବି ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅନେକ ନିରୀହ ଲୋକ କାମ ଲାଳସା ରେ ଦଲାଲ ମାନଙ୍କ ହାତରେ ପଡ଼ି ଦାଦନ ଖଟିବାକୁ ଯାଇ ଶୋଷଣର ଶିକାର ହେଉଛନ୍ତି ତେଣୁ ଦାଦନ ଖଟାଇବାକୁ ନେଉଥିବା ଦଲାଲି ମାନଙ୍କୁ କାର୍ଯ୍ୟାନୁଷ୍ଠାନ କରାଯିବାପାଇଁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ