କବିତା ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ ସେଂଟର ଠାରେ ଓଡ଼ିଶା ଓ ବେଙ୍ଗଲୀ କଳାକାରଙ୍କ ଦ୍ୱାରା ଏକ କବିତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡ. ଏସ୍ ମାଲାକାରଙ୍କ ପୌରହିତ୍ୟରେ ଓଡ଼ିଶା ଭାଷା, ସାହିିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ମୁଖ୍ୟ ଅତିଥି ଭାବେ ଓ ସମ୍ମାନିତ ଅତିଥି ଭାବେ ଡ. ପୂର୍ଣ୍ଣେନ୍ଦୁ ମିଶ୍ର ଉପସ୍ଥିତ ରହିବା ସହିତ ଓଡ଼ିଶା ଓ କୋଲକାତା କଳାକାରମାନଙ୍କ ଦ୍ୱାରା ଆୟୋଜିତ କବିତା ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଭାଇଚାରାର ପରାକାଷ୍ଠା ଦେଖିବାକୁ ମିଳିଥିଲା । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଆବୃତିକାର ସାତିନାଥ ମୁଖପାଧ୍ୟାୟ ସ୍ୱକୀୟ ପ୍ରତିଭା ପ୍ରଦର୍ଶନ କରିଥିବାବେଳେ ରାଜୀବ ସରକାର, ସୋମନାଥ ମିଶ୍ର, କଲ୍ୟାଣ ମଜୁମଦାର, ଦୋଲନ ଚାଟାର୍ଜୀ ପ୍ରମୁଖ ସହଯୋଗ କରିଥିଲେ ବୋଲି ଗୀତାଞ୍ଜଳି ଅନୁଷ୍ଠାନର ସାଧାରଣ ସଂପାଦକ ତପନ କୁମାର ରାହା ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ