କମ୍ବଳ ବାଣ୍ଟିଲେ ସମାଜସେବୀ ପରେଶ ପରିଡା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌):ହାଟଡିହବ୍ୱ୍‌କ ଡଅଁର ଗ୍ରାମର ସମାଜସେବୀ ପରେଶ ପରିଡା ଗରିବ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବାଣ୍ଟି ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ଲୋକମାନେ ନୂଆବର୍ଷକୁ ବିଭିନ୍ନ ଉପାୟରେ ସ୍ୱାଗତ କରି ପାଳନ କରୁଥିବାବେଳେ ସମାଜସେବୀ ପରେଶ ପରିଡାଙ୍କ ଏପରି ସେବା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇଛି । ତାଙ୍କ ମତରେ ଅନେକ ଗରିବ ନିରାଶ୍ରୟ ଲୋକମାନେ ନୁଆବର୍ଷ କଣ ବୋଲି ଜାଣିପାରୁ ନାହାନ୍ତି । ଦୁଃଖରେ ତାଙ୍କର ଜୀବନ କଟୁଛି । ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେ ଡଅଁର ଓ ଶାଳଣିଆଁ ଅଞ୍ଚଳର ଗରିବ ବୃଦ୍ଧବୃଦ୍ଧା ମାନଙ୍କୁ ପ୍ରବଳ ଶୀତରୁ ରକ୍ଷା ପାଇବାପାଇଁ କମ୍ବଳ ବଣ୍ଟନ କରିଛନ୍ତି । ତାଙ୍କ ସହିତ ଗ୍ରାମର ସ୍ୱେଚ୍ଛାସେବୀ ସନ୍ଦିପ ଦେଓ, ସପନ ଜେନା, ଗିରିଶ ବାରିକ, ଦୀନବନ୍ଧୁ ଜେନା, ପ୍ରୀତମ ଦେଓ, ରଶ୍ମିରଞ୍ଜନ ଜେନା, ପଙ୍କଜ ଜେନା, ଭାଗିରଥି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ