କରଞ୍ଜିଆ କର୍ମରତ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ମିଳିତ ବୈଠକ ଅନୁଷ୍ଠିତ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):କରଞ୍ଜିଆ କର୍ମଚାରୀ ଭବନ ଠାରେ ଉପଖଣ୍ଡର କର୍ମରତ ଓ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ମିଳିତ ସହଯୋଗରେ ଏକ ଆଲୋଚନାଚକ୍ର ଓ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ କର୍ମଚାରୀ ସଂଘ ର ସଭାପତି ସର୍ବେଶ୍ଵର ମିଶ୍ର ଏହି ବୈଠକ ରେ ଅଧ୍ୟକ୍ଷତା କରିଥିବା ବେଳେ କର୍ମରତ କର୍ମଚାରୀ ସଂଘ ର ଧିରେନ୍ ଭୋଇ ଏହି ବୈଠକ କୁ ପରିଚାଳନା କରିଥିଲେ । ସାଧାରଣ ସମ୍ପାଦକ ଅଭିମନ୍ୟୁ ତ୍ରିପାଠୀ ଏହି ମିଳିତ ବୈଠକ ର ଉଦ୍ଦେଶ୍ୟ ଗୃହରେ ଶୁଣାଇ ସଭାକୁ ସଫଳ ପାଇଁ ନିବେଦନ କରିଥିଲେ ଚାଚା ନେହେରୁ ଓ ଶିଶୁ ଦିବସ ଅବସରରେ ସାହିତ୍ୟିକ ଓ ଗବେଷକ କବି ଭରତ ଚନ୍ଦ୍ର ଦାଶ ଏହି ଆଲୋଚନା ଚକ୍ରରେ ଭାରତ ର ପ୍ରଥମ ପ୍ରଧାନ ମନ୍ତ୍ରୀ ବିଷୟରେ ସାର ଗର୍ଭ ଅଭିଭାଷଣ ରଖିଥିଲେ। କର୍ମଚାରୀ ଭବନ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଓ ବିଶ୍ରାମ ଗୃହ ପ୍ରସ୍ତୁତ କରିବା ପାଇଁ ବିଶ୍ବମ୍ବର ନାୟକ ଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଓ ଦଶ ଜଣିଆ ପରାମର୍ଶ ବୋର୍ଡ ଗଠନ କରା ଯାଇଥିଲା ଅନ୍ୟ ମାନଙ୍କ ମଧ୍ୟରେ ଉପେନ୍ଦ୍ର ବାରିକ ଜୟକୃଷ୍ଣ ଖୁଣ୍ଟିଆ ଆରତୀ ମିଶ୍ର ନଗେନ ପାଲ ମନୋରଞ୍ଜନ ସାହୁ ଆଦି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଅନ୍ତର୍ଭୁକ୍ତ କରିବା, ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ତୁରନ୍ତ ଜିଲ୍ଲା ପୋଲିସ ପକ୍ଷରୁ ଯୋଗାଇ ଦେବାକୁ ଦାବି ଯୋର ଧରିଥିଲା ।


