କରଞ୍ଜିଆ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହଯୋଗରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ,କରଞ୍ଜିଆ,ସାରସକଣା ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ୧୩ ଟି ବ୍ଲକରୁ ମୋଟ ୯୦ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୨ ହଜାର ୪୨୭ ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ କରଞ୍ଜିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆ ରେ କରଞ୍ଜିଆ ବ୍ଲକ ପାଇଁ ମଧ୍ୟ ଏକ ବିରାଟ ଜନ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କରଞ୍ଜିଆ ବ୍ଲକର ଜନସାଧାରଣ ଙ୍କସହିତ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଯୋଡ଼ି ହୋଇଥିଲେ। ପ୍ରାରମ୍ଭିକ ଅଭିଭାଷଣରେ ୫ ଟି ଓ ଆମ ଓଡ଼ିଶା ନଵୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କୀଚକେଶ୍ୱରୀ ମନ୍ଦିର ପାଇଁ ୧୦ କୋଟି,ଖଇରୀ ନଦୀ ବନ୍ଧ ପ୍ରକଳ୍ପ ପାଇଁ ୩୪୦ କୋଟି ଓ ଭୀମକୁଣ୍ଡ ପାଇଁ ୭.୩୧ କୋଟି, କରଞ୍ଜିଆ ଖିଚି° ରାସ୍ତା ପାଇଁ ୩୮କୋଟି, କରଞ୍ଜିଆ ଉଦଳା ରାସ୍ତା ପାଇଁ ୩୧ କୋଟି ତଥା କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟ, ପାଞ୍ଚପୀଢ଼ ମହିଳା ମହାବିଦ୍ୟାଳୟ ଓ ଫୁଲମତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଅନୁଦାନ ଦିଆଯାଇଛି। ଏହା ସହ ୨୦୫ ଟି ପ୍ରାଥମିକ ବିଦ୍ୟାଳୟକୁ ୫ଟି ଅନ୍ତର୍ଭୁକ୍ତ କରି ଉନ୍ନତିକରଣ କରାଯିବ ବୋଲି ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ କରଞ୍ଜିଆ ବ୍ଲକର ୧୫ଟି ପଞ୍ଚାୟତ ପାଇଁ ମୋଟ ୭ କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ ରାଶିରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ହେଵ।ଏହା ଦ୍ବାରା ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ହେଵ ଏଵଂ ଗାଁ ଗୁଡିକୁ ବିକାଶର ଶିଖରରେ ପହଁଞ୍ଚାଇବ। ନଵୀନ ଓଡ଼ିଶାର ପରିଚୟ ନେଇ ରାଜ୍ୟର ପ୍ରତ୍ୟେକ ଗାଁ ବିକାଶର ମାର୍ଗରେ ଆଗକୁ ବଢ଼ିବ ଓ ଲୋକଙ୍କ ମନରେ ଗଭୀର ଆତ୍ମବିଶ୍ବାସ ସୃଷ୍ଟି କରିବ। ଗାଁ ଲୋକେ ସମସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଐତିହ୍ୟ ସ୍ଥଳୀ ଗୁଡ଼ିକର ସଂରକ୍ଷଣ ଓ ସୁରକ୍ଷା ପ୍ରଦାନ କରାଯାଇପାରିବ ବୋଲି ସେ ଭିଡିଓ କନଫରେନ୍ସ ମାଧ୍ୟମରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗଦେଇଥିଲେ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ୪୨ ଟି ପଞ୍ଚାୟତରେ ମୋଟ୍ ୫୯୯ ଟି ପ୍ରକଳ୍ପ ପାଇଁ ୨୧ କୋଟି ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ବିଜୁସେତୁ ଯୋଜନା ଉପଦେଷ୍ଟା ଦିଲ୍ଲୀପ କୁମାର ସାହୁ, ରାଜ୍ୟ ସମବାୟ ବୋର୍ଡ ନିର୍ଦ୍ଧେଶକ ଗିରିଧାରୀ ପୃଷ୍ଟି, କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି, ଉପାଧ୍ୟକ୍ଷ ଛତିଶ ଚନ୍ଦ୍ର ମହାନ୍ତ, ଜିଲ୍ଲା ପରିଷଦ ସଦସ୍ୟା ବୀଣାପାଣି ନାଏକ ଓ ଜ୍ୟୋସ୍ନାରାଣୀ ନାଏକ, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସୁତାର, ତହସିଲଦାର ଦିବାକର ମାଝୀ,ଅତିରିକ୍ତ ତହସିଲଦାର ନିତ୍ୟାନନ୍ଦ ସେଠୀ, ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। କରଞ୍ଜିଆ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ, ପୋଲିସ ବିଭାଗ ତଥା ତାଙ୍କ କାର୍ଯ୍ୟାଳୟ କର୍ମଚାରୀ ମାନେ ସହଯୋଗ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ