ମୁଖ୍ୟରାସ୍ତାରେ ଡାକ୍ତରଖାନା ର ଆବର୍ଜନା ପାଣି, କାର୍ଯ୍ୟାନୁଷ୍ଠାନ ନିମନ୍ତେ ସ୍ଥାନୀୟ ବାସିନ୍ଧା ଙ୍କ ଦାବୀ
କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ସହର ର ଗୋଲେଇ ନିକଟରେ ଥିବା ଭୂମିକା ଚକ୍ଷୁ ଚିକିତ୍ସାଳୟ ର ଆବର୍ଜନା ପାଣି କରଞ୍ଜିଆ-ବାରିପଦା ମୁଖ୍ୟରାସ୍ତା ରୁ ଏଠାରେ ଚିକିତ୍ସାଳୟ ଖୋଲିବା ଦିନରୁ ପ୍ରବାହିତ ହେଉଅଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।ଉକ୍ତ ଚିକିତ୍ସାଳୟ ରେ ଡାକ୍ତର,ରୋଗୀ,କର୍ମଚାରୀ ଙ୍କ ଦ୍ୱାରା ବ୍ୟବହାର ହେଉଥିବା ଆବର୍ଜନା ଓ ଦୂଷିତ ପାଣି କୁ ପାଇପ ଯୋଗେ ସିଧାସଳଖ ମୁଖ୍ୟରାସ୍ତା ଉପରକୁ ଛାଡିଦିଆଯାଇଛି ଯାହାଦ୍ୱାରା ମୁଖ୍ୟରାସ୍ତା ରେ ଏହି ଚିକିତ୍ସାଳୟର ଆବର୍ଜନା ପାଣି ଜମା ହୋଇ ରହୁଛି ।ନିକଟରେ ରହୁଥିବା ଲୋକେ ଓ ଦୋକାନୀ ଏବଂ ରାସ୍ତାରେ ଯିବାଆସିବା କରୁଥିବା ଲୋକେ ଏହାଦ୍ୱାରା ନାହିଁନଥିବା ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି ।ତୁରନ୍ତ ଏହାକୁ ବନ୍ଦ କରିବା ସହିତ ଭୂମିକା ଚକ୍ଷୁ ଚିକିତ୍ସାଳୟ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସିଲ କରିବାକୁ ସ୍ଥାନୀୟ ବାସିନ୍ଧା ଓ ବ୍ୟବସାୟୀ ମାନେ ଦାବୀ କରିଛନ୍ତି ।ଏସମ୍ପର୍କ ରେ କରଞ୍ଜିଆ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ ଙ୍କ ପ୍ରତିକ୍ରିୟା ନେବାରୁ ଭୂମିକା ଚକ୍ଷୁ ଚିକିତ୍ସାଳୟ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଆବର୍ଜନା ପାଣି କୁ ରାସ୍ତାକୁ ଛାଡିବା ବନ୍ଦ କରିବାକୁ ନିର୍ଦ୍ଧେଶ ଦିଆଯିବ ।ଦେଖିବାକୁ ବାକିରହିଲା କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି ଓ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି ତାହାକୁ ଅଂଚଳବାସୀ ଅପେକ୍ଷା କରି ରହିଛନ୍ତି ।


