କରଣ ସମାଜର ବୈଠକ ଓ ବନ୍ଧୁ ମିଳନ
ଜଗତସିଂହପୁର,(ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ମୁଳୁଗାଁ ପଞ୍ଚାୟତର ସିଙ୍ଗିରୀ ଗ୍ରାମର ମଠ ପରିସରରେ କରଣ ସଂପ୍ରଦାୟର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଜୟ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଆଖ ପାଖ ଅଞ୍ଚଳର ୩୦ ଘର କରଣ ସଂପ୍ରଦାୟ ଏକତ୍ରିତ ହୋଇ କରଣ ଜାତିର ଇତିହାସ ଉପରେ ଆଲୋଚନା କରିଥିଲେ । ଅତୀତରେ ଦ୍ୱାପର ଯୁଗରେ ଓଡିଶାର କଳିଙ୍ଗ ସଂପ୍ରଦାୟ ମହାଭାରତ ଯୁଦ୍ଧରେ ଅଂଶଗ୍ରହଣ କରି ବୀରତ୍ୱର ପରାକାଷ୍ଠା ଦେଖାଇ ଥିଲେ ଓ ବିଭିନ୍ନ ପ୍ରକାରର ଦସ୍ତବୀଜ୍ କ୍ଷେତ୍ରରେ କିପରି ଆଗୁଆ ଥିଲେ ସେହି ବିଷୟରେ ଆଲୋଚନା କରିଥିଲେ । ଦଶହରା ପର୍ବରେ ଖଣ୍ଡା ପୂଜା ଓ ଲଖନୀ ପୂଜାର ପରମ୍ପରା ବିଷୟରେ ଆଲୋଚନା କରିଥିଲେ । ପାରିବାରିକ ଏକତା ରକ୍ଷା କରିବା ଓ ସାରା ରାଜ୍ୟରେ ଭାଇଚାରା ସୃଷ୍ଟି କରିବା ପାଇଁ ସମସ୍ତ କରଣ ଭାଇ ଭଉଣୀ ଆଗେଇ ଆସିବା ପାଇଁ ଆହ୍ବାନ ଦେଇଥିଲେ । କରଣ ସମାଜର ଶିଶୁ ,କିଶୋର ଓ ଯୁବକ ଯୁବତୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ବୈଠକରେ ହରେକୃଷ୍ଣ ଦାସ, ହେମନ୍ତ ଦାସ, ସଚୀକାନ୍ତ ଜେନା, ଦେବେନ୍ଦ୍ର ଦାସ ପ୍ରମୁଖ ଶତାଧିକ କରଣ ଭାଇ ଉପସ୍ଥିତ ଥିଲେ ।


