କରୋନା ଓ ଶିଳ୍ପ ସୁରକ୍ଷାର ସମୀକ୍ଷା କଲେ ଜିଲ୍ଲାପାଳ
ପାରାଦ୍ୱୀପ (ପୀତବାସ ପ୍ରଧାନ) : ସଂପ୍ରତି ଗ୍ରୀନ୍ରୋଜ୍ ରୁ ଅରେଂଜ ଜୋନ୍କୁ ଉନ୍ନତି ହୋଇଥିବା ଜଗତସିଂହପୁର ଜିଲ୍ଲାରେ କରୋନା ସ୍ଥିତିକୁ ସଜାଡିବା ପାଇଁ ଜିଲ୍ଲପାଳ ସଂଗ୍ରାମ କେଶରୀ ମହାପାତ୍ର ତ୍ୱତିତ ପଦକ୍ଷେପମାନ ନେଉଛନ୍ତି । ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କ ସ୍ୱାବ ସଂଗ୍ରହ ପରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ଦିଗରେ ଜିଲ୍ଲପାଳ ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲାର ୧୯୮ ଟି ପଞ୍ଚାୟତ ରେ ହୋଇଥିବା ୨୮୮ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ୧୦୨୩୩ ଟି ଶର୍ଯ୍ୟା ପ୍ରସ୍ତୁତ କରାଯାଇଥିବା ବେଳେ ଜଗତସିଂହପୁର ଓ ପାରାଦ୍ୱୀପ ପୌରାଞ୍ଚଳରେ ୪ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖେଲାଯାଇ ୧୧୦ଟି ଶର୍ଯ୍ୟା ପ୍ରସ୍ତୁତ କରାଯାଇଥିବା ଜିଲ୍ଲା ପ୍ରଶାସନ ବିଜ୍ଞପ୍ତିରୁ ଜଣାପଡିଛି । ଗତ ୯ତାରିଖ ରାତି ସୁଦ୍ଧା ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ୧୦୫ ଜଣ ପ୍ରବାସୀ ଆସିଛନ୍ତି । ସମସ୍ତଙ୍କର ସ୍ୱାବ୍ ପରିକ୍ଷା ପରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ସେହିଭଳି ଗତ ୭ ତାରିଖ ଦିନ ଜିଲ୍ଲାକୁ ଆସିଥିବା ୮୪ଜଣ ପ୍ରବାସୀଙ୍କର ସ୍ୱାବ୍ ରିପୋଟ ନେଗେଟିଭ୍ ଆସିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଶନିବାର ଦିନ ପାରାଦ୍ୱୀପ କୋଭିଡ୍ ହସ୍ପିଟାଲ, ସ୍ୱାବ ସଂଗ୍ରହ କେନ୍ଦ୍ର ଓ ପାରାଦ୍ୱୀପଗଡ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ସେହିଭଳି ପାରାଦ୍ୱୀପ ଠାରେ ଜିଲ୍ଲାପାଳ ସମସ୍ତ ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଶିଳ୍ପସଂସ୍ଥାମାନେ କୋଭିଡ୍ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସଂପ୍ରତି ହାଇଦ୍ରାବାଦ ର ଏଲ୍ଜି ପଲିମର କମ୍ପାନିରୁ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇ ଧନଜୀବନ ହାନି ଘଟଣା ପରେ ଏ ଦିଗରେ ସତର୍କ ରହିବାକୁ ଜିଲ୍ଲାପାଳ ସଚେତନ କରିଥିଲେ । ଜିଲ୍ଲାରେ ତୈଳବିଶୋଧନାଗାର ଗ୍ୟାସ୍ ରିଫିଲିଙ୍ଗ ଆଉଟ୍ଲେଟ୍, ପିପିଏଲ, ଇଫକୋ, କଳିଙ୍ଗ କାଲସିନ୍ର, ଗୋଆ କାର୍ବନ, ଆଦାନୀ ଉଲିମାର ଭଳି ଶିଳ୍ପା ସଂସ୍ଥା ସମେତ ମାଛ ଫିଜିଙ୍ଗ ପ୍ଳାଣ୍ଟ ମାନ ରହିଛି । ଏହି ସବୁ ଶିଳ୍ପ ସଂସ୍ଥା ମାନଙ୍କରେ ବିଭିନ୍ନ ପ୍ରକାର ଗ୍ୟାସ୍ ବ୍ୟବହାର ହୋଇଥାଏ । ସେ ସବୁକୁ ଗୁରୁତ୍ୱର ସହ ତଦାରଖ କରିବାକୁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି ।


