କରୋନା ବୃଦ୍ଧିକୁ ନେଇ ଟ୍ରକ, ବସ୍‌, ଅଟୋ ମାଲିକଙ୍କ ସହ ଆଲୋଚନା କଲେ ଗଞ୍ଜାମ ଆରଟିଓ

ଛତ୍ରପୁର (ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲାରେ କରୋନାର ଦ୍ୱିତିୟ ଲହର ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ ବସ୍ ଗୁଡିକୁ ସାନିଟାଇଜିଂ କରିବା, ବସ୍ ରେ ଯାତାୟତ କରୁଥିବା ଯାତ୍ରୀମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା, ବସ୍ ରେ ଯାତ୍ରୀ ମାନଙ୍କୁ ଠିଆ କରି ନନେବା ସଂପର୍କରେ ଭର୍ଚୁଆଲ ମାଧ୍ୟମରେ ଗଞ୍ଜାମ ଆରଟିଓ ବିକାଶ ଚନ୍ଦ୍ର ଚୈାଧୁରୀ ଜିଲ୍ଲାର ସମସ୍ତ ଘରୋଇ ବସ , ଟ୍ରକ , ମିନି ବସ୍ ଓ ଅଟୋ ଆସିସିଏସନ୍ ର ମାଲିକ ମାନଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତ ମାଲିକ ମାନେ ଏହା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ନିମନ୍ତେ ଗଞ୍ଜାମ ଆରଟିଓ ଶ୍ର୍ରୀ ଚୈାଧୁରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ବସ୍ ମାଲିକ ମାନେ ରେଲୱେ ଷ୍ଟେସନ ଭଳି ବସ ଷ୍ଟାଣ୍ଡ ଗୁଡିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଥର୍ମାଲ ସ୍କିନିଂ ବ୍ୟବସ୍ଥା କରାଯାଉ ବୋଲି ଆରଟିଓ ଙ୍କୁ ଅନୁରୋଧ କରିଥିଲେ । ଏହି ଭର୍ଚୁଆଲ ବୈଠକରେ ଭଞ୍ଜନଗର ଭାରପ୍ରାପ୍ତ ଆରଟିଓ ଶୁଭେନ୍ଦୁ ରାୟ,ଗଞ୍ଜାମ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘର ସଂପାଦକ ତଥା ବ୍ରହ୍ମପୁର ଘରୋଇ ବସ୍ ମାଲିକ ସଂଘର ସଭାପତି ସନ୍ତୋଷ କୁମାର ପତି, ଛତ୍ରପୁର ଘରୋଇ ବସ୍ ମାଲିକ ସଂଘର ସଭାପତି ବିଜୟ କୁମାର ପଣ୍ଡା,ଟ୍ରକ ମାଲିକ ସଂଘର ସଭାପତି ରଂଜିତ ପଣ୍ଡା, ଆସିକା ଘରୋଇ ବସ୍ ମାଲିକ ସଂଘର ସନ୍ତୋଷ ପଲାଇ , ବ୍ରହ୍ମପୁର ର ମୁନା ବେଗ୍ ଙ୍କ ସମେତ ବହୁ ବସ୍ ଓ ଟ୍ରକ ମାଲିକ ମାନେ ଅଂଶଗ୍ରହଣ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ