କରୋନା ମହାମାରୀ ସମୟରେ ରାଜ୍ୟର ମଧ୍ୟବିତ ପରିବାରର ଜୀବନଜୀବିକା ସ୍ୱାବଲମ୍ବି କରାଇବା ଦାବୀରେ ଅନଶନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : କରୋନା ମହାମାରୀ ସମୟରେ ରାଜ୍ୟରେ ମଧ୍ୟବିତ ପରିବାର ଗୁଡିକର ଜୀବନ ଜୀବିକାକୁ ସ୍ୱାବଲମ୍ବୀ କରାଇବା ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରାଯାଇଛି । କରୋନା ମହାମାରୀକୁ ସାଢେ ୪ମାସ ବିତିଗଲା ପରେ ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନଜର ଏକ ନିର୍ଦ୍ଦିଷ୍ଠ ବର୍ଗର ପରିବାର ଅର୍ଥାତ ମଧ୍ୟବିତ ପରିବାରଙ୍କ ଉପରେ ପଡିନଥିବା ଅଭିଯୋଗ ହୋଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଯେ ଆମ ରାଜ୍ୟର ପ୍ରାୟ ୨କୋଟି ମଧ୍ୟବିତ ଶ୍ରେଣୀର ପରିବାର ଜୀବନ ଜୀବିକା ସହ ସଙ୍ଘର୍ଷ କରି ବଂଚି ଆସୁଛନ୍ତି । ତଥାପି ସେମାନଙ୍କ ସମସ୍ୟାକୁ ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର ଧ୍ୟାନ ଦେଉଛନ୍ତି । ଏହି କରୋନା ମହାମାରୀ ସମୟରେ ସମସ୍ତଙ୍କୁ ସମାନ ସରକାରୀ ସୁବିଧା ଉପଲବ୍ଧ କରାଗଲେ ରାଜ୍ୟରେ କେହି ଭୋକିଲା ରହିବେ ନାହିଁ କି ଖାଦ୍ୟା ଭାବରୁ ମୃତ୍ୟୁ ମୁଖରେ ପଡିବେ ନାହିଁ । ଆଜିର ଏଭଳି ସମ୍ବେଦନଶୀଳ ପରିସ୍ଥିତିରେ ସରକାର ସମସ୍ତ ବର୍ଗର ଲୋକଙ୍କୁୁ ସମାନତାର ସହ ବଂଚିବାର ଅଧିକାର ପ୍ରଦାନ କରିବାକୁ ଦାବି କରାଯାଇଛି । ଦାବୀ ଗୁଡିକ ମଧ୍ୟରେ ରାଜ୍ୟରେ ଥିବା ମଧ୍ୟବିତ ପରିବାର ଗୁଡିକୁ ଚିହ୍ନଟ କରାଯାଇ ସେମାନଙ୍କ ମୈାଳିକ ସମସ୍ୟା ସମାଧାନ ପ୍ରତି ତୁରନ୍ତ ଗୁରୁତ୍ୱ ଦିଆଯିବା,ମଧ୍ୟବିତ ପରିବାର ଗୁଡିକ ବଂଚିବା ପାଇଁ ସେମାନଙ୍କୁ ନିତ୍ୟ ପ୍ରୟୋଜନୀୟ ସାମଗ୍ରୀ(ଚାଉଳ, ଡାଲି, ତେଲ, ଅଟା, ଲୁଣ, କିରୋସିନ, ରନ୍ଧନଗ୍ୟାସ ପ୍ରଭୃତି) ଯୋଗାଇଦେବା,କରୋନାର ଭୟାବହତା ସମୟରେ ସମସ୍ତ ସ୍କୁଲ, କଲେଜ ଦେୟ ଛାଡ କରାଯିବା, ଜଳକର, ଚାଷଜମି କର ଓ ବିଦ୍ୟୁତ କର ୬ମାସ ପର୍ଯ୍ୟନ୍ତ ଛାଡ କରାଯିବା,ରାଜ୍ୟରେ ଦୀର୍ଘଦିନ ଧରି ବନ୍ଦ ପଡିଥିବା ଶିଳ୍ପର ପୁନରୁଦ୍ଧାର କରାଯିବା ସହ ରାଜ୍ୟର କଳକାରାଖାନାରେ ୮୦ପ୍ରତିଶତ ଓଡିଶାବାସୀଙ୍କ ନିଯୁକ୍ତି ସୁନିଶ୍ଚିତ କରାଯିବା ପ୍ରଭୃତି ରହିଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତର ଏଣ୍ଡର ଗ୍ରାମର ମାନବାଧିକାର କର୍ମୀ ସାଗର କୁମାର ଜେନା ଅନଶନରେ ବସିଥିଲେ ଓ ସହକାରୀ ଜିଲ୍ଲାପାଳ ଶିବ ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ