କରୋନା ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା ଓ ଶପଥ ପାଠ ଗ୍ରହଣ

ନାଉଗାଁ, (ଓ୍ବାଇଏନ୍ଏସ୍):ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନା ଲଢେଇରେ ସାମିଲ ହୋଇଥିବା ସମସ୍ତ ଯୋଦ୍ଧାଙ୍କ ପାଇଁ ୧ ମିନିଟ ନୀରବ ପ୍ରାର୍ଥନା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ । ବୁଧବାର ସଂଧ୍ୟା ୬ ଟାରେ ନାଉଗାଁ ବ୍ଳକର ବ୍ଲକ କାର୍ଯ୍ୟାଳୟ, ତହିସଲ କାର୍ଯ୍ୟାଳୟ, ଥାନା ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଆଦିରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଛି । ନାଉଗାଁ ଥାନାରେ ଥାନା ଆଇଆଇସି ଗୋବର୍ଦ୍ଧନ ସାହୁଙ୍କୁ ନେତୃତ୍ୱରେ ନୀରବ ପ୍ରାର୍ଥନା କରାଯାଇଛି । ଏଥିରେ ଏସଆଇ ପ୍ରତାପ ଦାଶ,ଏଏସଆଇ ଅଶୋକ କୁମାର ମହାନ୍ତି,ଏଏସଆଇ ପି.କେ ମଲ୍ଲିକ, ମନୋଜ କୁମାର ସାମନ୍ତରାୟ, ବିକ୍ରମ ସ୍ୱାଇଁଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ସେହିପରି ବ୍ଲକ କାର୍ଯ୍ୟାଳୟରେ ବିଡିଓ ରଶ୍ମୀରେଖା ମଲ୍ଲିକ, ତହିସଲ କାର୍ଯ୍ୟାଳୟରେ ତହସିଲଦାର ଜେ.କଳ୍ପନାଙ୍କ ନେତୃତ୍ୱରେ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି । ନୀରବ ପ୍ରାର୍ଥନା ପରେ ଶପଥ ପାଠ କରାଯାଇଛି । ଏହି ଶପଥ ପାଠରେ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କ କାର୍ଯ୍ୟରେ ସହଯୋଗ ଏବଂ ଲୋକଙ୍କ ଜୀବନର ସୁରକ୍ଷା ପାଇଁ ଜାରୀ ହୋଇଥିବା ସମସ୍ତ କୋଭିଡ ନିୟମକୁ କଡାକଡି ଭାବରେ ପାଳନ ପାଇଁ ସଂକଳ୍ପ ନିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ