କରୋନା ମୁକାବିଲା ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଦେଲେ ୧ଲକ୍ଷ ୩୫ହଜାର ୧ଶହ ଟଙ୍କା

ଯାଜପୁର,(ଓ୍ବାଇଏନ୍ଏସ୍):କରୋନା ମୁକାବିଲା ପାଇଁ ବିଂଝାରପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ୩୫ହଜାର ୧ଶହଟଙ୍କା ପ୍ରଦାନ କରାଯାଇଛି । ଗୁରୁବାର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ସଂଘ ପକ୍ଷରୁ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ମାଧ୍ୟମରେ ଏହି ଅର୍ଥର ଚେକ୍‌କୁ ପ୍ରଦାନ କରାଯାଇଥିଲା ଏହି ଅର୍ଥ ପ୍ରଦାନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ସଂଘର ସଭାପତି ରବିନାରାୟଣ ମହାନ୍ତି, ସଂପାଦକ କ୍ଷୀରୋଦ ଚନ୍ଦ୍ର ମଲିକ, ଅକ୍ଷୟ କୁମାର ସାମଲ, ବୈଦ୍ୟନାଥ ପରିଡ଼ା, ମନୋରଂଜନ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ