ବ୍ୟବସାୟୀଙ୍କ ବିୟୋଗରେ ନାଉଗାଁ ବଜାର ବନ୍ଦ
ନାଉଗାଁ, (ଓ୍ବାଇଏନ୍ଏସ୍) : ବଜାରର ବ୍ୟବସାୟୀ ଧନେଶ୍ୱର ଲେଙ୍କାଙ୍କ ଅକାଳ ବିୟୋଗରେ ଗୁରୁବାର ନାଉଗାଁ ବଜାର ବନ୍ଦ ରହିଥିଲା । ତାଙ୍କ ବିୟୋଗ ଯୋଗୁ ବଜାର କମିଟି ପକ୍ଷରୁ ଦୁର୍ଗାପୂଜା ମଣ୍ଡପ ଠାରେ କମିଟିର ସଭାପତି ଅଶୋକ ମହାନ୍ତି ଓ ସମ୍ପାଦକ ତଥା ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସଙ୍କ ପ୍ରତ୍ୟେହ ତତ୍ୱାବଧାନରେ ଏକ ଶୋକସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବଜାର କମିଟି ସଦସ୍ୟ ଅଲେଖ ଚନ୍ଦ୍ର ସାହୁ, ଦେବଜ୍ୟୋତି ମହାନ୍ତି, ସାଗର ଦାସ, ପ୍ରଭୁଚରଣ ଦାସ, ଶରତ ସାହୁ , ବିବେକାନନ୍ଦ ପରିଜା, ନାରାୟଣ ପଟ୍ଟନାୟକ, ଦିପୁ ଲେଙ୍କା, ଅନନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ତାଙ୍କର ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରର୍ଥାନା କରିଥିଲେ । ପରେ କମିଟି ପକ୍ଷରୁ ସମସ୍ତ ଦୋକାନ ବଜାରକୁ ବନ୍ଦ ରଖାଯାଇଥିଲା ।


