କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ “ବନ୍ଦେ ଉତ୍କଳ ଜନନୀ” ଗାନ

ହାଟଡିହି, (ଓ୍ବାଇଏନ୍ଏସ୍):କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଆଜି ସମଗ୍ର ଓଡିଶାରେ ସନ୍ଧ୍ୟା ୫ଟା ୩୦ମିନିଟ ସମୟରେ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଛି । ଶାସଙ୍ଗଛକ ନିକଟରେ ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ ମାୟାଧର ଜେନା, କୁଳମଣି ରାଉତ, ନାରାୟଣ ଜେନା, ସନ୍ତୋଷ କୁମାର ନାୟକ, ରବିନ୍ଦ୍ର ପାଢ଼ୀ, ପ୍ରମୋଦ ଜେନା, ସୁରେନ୍ଦ୍ର କୁମାର ସା, ରଞ୍ଜନ ଭୁୟାଁ, ଦିପ୍ତୀ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି “ବନ୍ଦେ ଉତ୍କଳ ଜନନୀ” ଗାନ କରିବା ସହ ଯେଉଁମାନେ କରୋନା ଯୁଦ୍ଧରେ ସାମିଲ ହୋଇ ମାନବଜାତିକୁ ରକ୍ଷା କରିବାପାଇଁ ସଂଗ୍ରାମ କରୁଛନ୍ତି ସେମାନଙ୍କୁ ସମ୍ମାନ ଜଣାଇଥିଲେ । ସେହିପରି ଛେନାପଦି ମାର୍କେଟରେ ବ୍ୟବସାୟୀମାନେ ଦୋକାନ ବଜାର ବନ୍ଦ କରି ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନ ସମ୍ମୁଖରେ ଠିଆହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସେହିପରି ଇଞ୍ଚୋଳ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିବା ପ୍ରବାସୀ ଓଡିଆମାନେ ଓ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚପାର୍ବତୀ ନାଇକ, ନାଏବ ସରପଞ୍ଚ ବିଜୟ ମହାପାତ୍ରଙ୍କ ସମେତ ସମସ୍ତ ୱାର୍ଡସଭ୍ୟସଭ୍ୟା ଓ ଗ୍ରାମବାସୀମାନେ ଏକାଠି ହୋଇ “ବନ୍ଦେ ଉତ୍କଳ ଜନନୀ ଗାନ” କରିଥିଲେ । ସେହିପରି ପଞ୍ଚୁଗୋଛିଆ ପଞ୍ଚାୟତର କ୍ୱାରେଣ୍ଟାଇନ ସେଣ୍ଟରରେ ନୋଡାଲ ଅଫିସର ରାଜୀବ କୁମାର ଦାସ, ସ୍ୱେଚ୍ଛାସେବୀ ସୁଧାଶୁଂ ଶେଖର ନାୟକଙ୍କ ସଂଯୋଜନାରେ ଅନ୍ତେବାସୀ ମାନେ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ । ସେହିପରି ମରୈଗାଁ, ହାଟଡିହି, ବାଲିବରେଇ, ସୋସୋ, ବଡରମ୍ପାସ, ସୁଲଣ, ବାଙ୍ଗୋର, ପଢ଼ିଆରିପଲ୍ଲୀ, ସଢ଼ା ଆଦି ପଞ୍ଚାୟତ ସମେତ ସମସ୍ତ ଗାଁରେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । କାହାଳିଆଗଡିଆ ସ୍ଥିତ ଏସିବି ଫାଉଣ୍ଡେସନ ପକ୍ଷରୁ ମଧ୍ୟ ଗ୍ରୀନ ଉଦ୍ୟାନ ଠାରେ ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତିରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହ କରୋନା ଯୋଦ୍ଧା ମାନଙ୍କ
ଜୟଜୟକାର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ