ଛେଳି ଚୋରାଇ ବାକୁ ଯାଇ ହଣା ଖାଇ,୨ ଯୁବକ ଗୁରୁତର

ଶେରଗଡ଼, (ଦେବୀ ପ୍ରସାଦ ଦାସ):ବ୍ଲକ ଷୋଳସଳା ଗ୍ରାମରେ ଥୁବା ଏକ ଗୁହାଳରୁ ଛେଳି ଚୋରାଇ ବାକୁ ଯାଇ ହତ୍ୟାର ଶିକାର ହୋଇଛନ୍ତିବଦୁଇ ଯୁବକ।ଉକ୍ତ ଯୁବକ ମାନେ ହେଲେ ଧବଳ ପୁର ଗ୍ରାମର ପବିତ୍ର ପ୍ରଧାନ,ଅଜୟ ବିଷୋୟୀ ।ଉକ୍ତ ଦୁଇ ଜଣ ଯୁବକ କିଛି ଯୁବକ ମାନଙ୍କୁ ଧରି ମଙ୍ଗଳବାର ବିଳମ୍ବିତ ରାତ୍ରରେ କିଛି ଯୁବକ ମାନଙ୍କୁ ଧରି ଷୋଳସଳା ଗ୍ରାମ ଶେଷରେ ଥିବା ଏକ ଗୁହାଳରୁ ଛେଳି ଚୋରି କରିବାକୁ ଯାଇଥିଲେ। ଗୋଟିଏ ଛେଳି କୁ ମାରି ନେଉଥିବା ସମୟରେ ପୂର୍ବରୁ ଜଗି ବସିଥିବା ମାଲିକ ମାନେ ପବିତ୍ର ଓ ଅଜୟ କୁ ଅତର୍କିତ କାତି ଖଣ୍ଡାରେ ଆକ୍ରମଣ କରିଥିଲେ।ଫଳ ରେ ତାଙ୍କ ସହିତ ଚୋରୀ ପାଇଁ ଆସିଥିବା ଯୁବକ ମାନେ ପ୍ରାଣ ଭୟ ରେ ଫେରାର ହୋଇ ଯାଇଥିଲେ ।ଫଳରେ ଛେଳି ମାଲିକ ମାନେ ଉକ୍ତ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର ଅବସ୍ଥାରେ ଛାଡି ଗ୍ରାମକୁ ପଳେଇ ଥିଲେ।ପରେ କିଛି ସମୟ ପରେ ସ୍ତାନୀୟ ଲୋକଙ୍କ ଦ୍ୱାରା ପୋଲିସ ଖବର ଦେବା ପରେ ଶେରଗଡ଼ ଏ ଏସ ଆଇ ଵିଷ୍ଣୁ ପ୍ରସାଦ ଦାସ ଷୋଳଶସଳା ରେ ପହଞ୍ଚି ଉକ୍ତ ଦୁଇ ଜଣଙ୍କୁ ପ୍ରଥମେ ଶେରଗଡ଼ ଡାକ୍ତର ଖାନା ପରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ଉଭୟଙ୍କ ମୁଣ୍ଡ ,ହାତ, ଓ ଗୋଡ଼ କୁ ଖଣ୍ଡା ଓ କାତିରେ ଆକ୍ରମଣ କରାଯାଇଛି।ପୋଲିସ ଶ୍ରୀ ଦାସ ଷୋଳସଳା ଗ୍ରାମରେ ଉପସ୍ଥିତ ରହି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି।ଖବର ଲଖାହେଲା ବେଳକୁ କୋୖଣସି ଏତାଲା ଦିଆଯାଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ