କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ବାଲନ୍ଦାପଡ଼ା ପଞ୍ଚାୟତ ଅନ୍ତର୍ଗତ ବାଟାବାହାଲି ଗ୍ରାମରେ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ଏବଂ ମା ବରାଳଦେବୀ ଯୁବ ପରିଷଦର ମିଳିତ ଆନୁକୁଲ୍ୟରେ କୋଭିଡ ସଚେତନତା କାର୍ଯ୍ୟକ୍ରମ ସହିତ ଲୋକଙ୍କୁ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁଇ ସମାଜ ସଭାପତି ଗୋପିନାଥ କହଁର ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଶିକ୍ଷକ କୁଳମଣି ଦିଗାଲ, ଜିଆର୍ଏସ୍ ଶର୍ମିକା କହଁର ଓ ୱାର୍ଡ଼ମେମ୍ବର ସୁମନ କହଁର ପ୍ରମୁଖ ଯୋଗଦେଇ ସଚେତନ କରିଥିଲେ । ଫୁଲବାଣୀ ନେହେରୁ ଯୁବା କେନ୍ଦ୍ରର ସହକାରୀ କର୍ମୀ ସତ୍ୟବାନ ଦଳବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ୱେଚ୍ଛାସେବୀ ଶରତ ଚନ୍ଦ୍ର ଭୋଇ, ରଷିତା ରାଣି ସାହାଣୀ ପ୍ରମୁକ ସହଯୋଗ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଞ୍ଚଳବାସୀ ସାମିଲ୍ ହୋଇଥିଲେ । ମା ବରାଳଦେବୀ ଯୁବ ପରିଷଦର ସଭାପତି ଶିମିକା କହଁର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସଂପାଦକ ମଣ୍ଟୁନାଥ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ ।


