ବେଗୁନିଆପଡା ବ୍ଲକରେ ଚାଲିଛି ପିସି କାରବାର ‘ମୋ ସରକାର’ କୁ ବେଖାତିର ହେଉଥିବା ଅଭିଯୋଗ
କୋଦଳା,(ଗୁଲସନ କୁମାର କର): ରାଜ୍ୟରେ ପିସି କାରବାରକୁ ରୋକିବା ପାଇଁ ସରକାର ୫ଟି ଲାଗୁ କରି ଲାଞ୍ଚୁଆ ଓ ପିସି କାରବାର କରୁଥିବା ଅଫିସର ମାନଙ୍କୁ ତାଗିତ କରୁଛନ୍ତି l ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ବିଭିନ୍ନ ବିଭାଗର ଅଫିସର ମାନଙ୍କ ଖୁଲୁମଖୁଲା ଭାବରେ ପିସି କାରବାର ହେଉଥିବା ଏବେ ରାଜ୍ୟ ସରକାରଙ୍କ ୫ଟିର ବାସ୍ତବତାକୁ ପଦାରେ ପକାଇଛି l ଏହି ବ୍ଲକର ୨୭ଟି ଗ୍ରାମ ପଞ୍ଚାୟତ ଥିବା ବେଳେ ଲୋକଙ୍କ ସୁବିଧା ଉପଯୋଗୀ ନିମନ୍ତେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ସରକାର ନିରୀହ ଲୋକଙ୍କୁ ଯୋଗାଇ ଦେଇଛନ୍ତି l ଏବଂ ରାସ୍ତା ଘାଟ ମରାମତି, କେନାଲ ନିର୍ମାଣ ଇତ୍ୟାଦି ପିସି କାରବାରରେ ଚାଲିଛି l କିନ୍ତୁ ଏହି ସବୁ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସରକାରୀ ବାବୁମାନେ ବ୍ୟାପକ ପିସି କାରବାର ହେଉଥିବା ଅଭିଯୋଗ ହେଉଛି l ସରକାରଙ୍କ ଯୋଜନା ଭିର୍ତ୍ତିକ କୌଣସି ଗାଇଡ଼ଲାଇନକୁ ନ ମାନି ସରକାରୀ କର୍ମଚାରୀମାନେ ନିଜ ପଦବୀର ବାହାଦୁରି ଦେଖାଇ ଶାସନ ଚଳେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି l ଏବଂ ବିଡ଼ିଓ, ଜେଇ, ଅନ୍ୟ ଅଧିକାରୀମାନେ କାହାକୁ ଖାତିର କରୁନଥିବା ଅଭିଯୋଗ ହେଉଛି l ଏଥିରେ ନିରୀହ ଲୋକମାନେ ହଇରାଣ ହରକତ ହେବାକୁ ପଡୁଛି l ଏଣୁ ବେଗୁନିଆପଡା ବ୍ଲକର ସରକାରୀ ଅଧିକାରୀମାନେ ପିସି କାରବାର ଠାରୁ କିଭଳି ନିବୃତ ରହି ଜନତାଙ୍କ ସମସ୍ୟା ଦୂର କରିବେ ତାହା ପ୍ରଶ୍ନବାଚ୍ଚ ସୃଷ୍ଟି କରିଛି l ଏଣୁ ରାଜ୍ୟ ସରକାରଙ୍କ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ହେବା ସହ ଯଥାଶୀଘ୍ର ତଦନ୍ତ ପରିସରଭୁକ୍ତ ହେବା ପାଇଁ ସାଧାରଣରେ ଦାବି ହେଇଛି |


