କରୋନା ସଚେତନତା ସକାଶେ ପୌର ପ୍ରଶାସନ ପକ୍ଷରୁ ଦସ୍ତଖତ ଅଭିଯାନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ସ୍ଥିର ଥିବା ବେଳେ ଗଞ୍ଜାମ ଜିଲ୍ଲାକୁ ସଂକ୍ରମଣ ଶୁନ୍ୟ ଜିଲ୍ଲା ଭାବେ ପରିଗଣିତ କରିବା ସକାଶେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରୟାସ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ଗତ କିଛି ଦିନ ଧରି ଶୀତ ଲହରୀ ଦେଖା ଦେଇଥିବାରୁ କରୋନା ଲେଉଟାଣୀ ସଂକ୍ରମଣ ନେଇ ସ୍କ୍ରିନିଂ ଅବ୍ୟାହତ ରହିଛି । ଗତ କିଛି ଦିନ ଧରି ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଦେଖା ଦେଉଥିବାରୁ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ପ୍ରତ୍ୟହ ସକାଳେ ଓ ସନ୍ଧ୍ୟାରେ ଡ଼ାକବାଜି ଯନ୍ତ୍ର ସହାୟତାରେ ସମସ୍ତ ପ୍ରକାର କୋଭିଡ଼ କଟକଣାକୁ ମାନି ଚଳିବା ସକାଶେ ସହରବାସୀଙ୍କୁ ଅନୁରୋଧ କରାଯାଉଛି । ବିନା ମାସ୍କରେ ଘରୁ ବାହାରକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ତେବେ ସୋମବାର ପୂର୍ବାହ୍ନରେ ସ୍ଥାନୀୟ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ତତ୍ୱାବଧାନରେ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା । କୋଭିଡ଼ ସଚେତନତା ରଥ ସହର ପରିକ୍ରମା କରିବା ସହ ସ୍ଥାନୀୟ ପୌରାଂଚଳର ସମସ୍ତ ୱାର୍ଡ଼ ପରିଭ୍ରମଣ କରି ମୁଁ ମାସ୍କ ପିନ୍ଧିବି, ମୁଁ ବାରମ୍ବାର ସାବୁନରେ ହାତକୁ ଧୋଇବି, ସାମାଜିକ ଦୂରତ୍ୱ ରକ୍ଷା କରିବି, ମୋର ପରିବେଷ ପରିସ୍କାର ରଖିବି ଏବଂ ଶୁଖିଲା ଓ ଓଦା ବର୍ଯ୍ୟବସ୍ତୁକୁ ପୃଥକ କରି ସଫା ଗାଡ଼ିରେ ଜମା ଦେବି ବୋଲି ଶପଥ ଗ୍ରହଣ କରିବା ସହ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାନିଟାଇଜର ଏକ୍ସପୋର୍ଟ ଅଭିଜିତ ପୁରୋହିତ, ସିଏମଏମୟୁ ମାନସ ରଂଜନ ବିନ୍ଧାଣୀ, ପୌର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, କର୍ମଚାରୀ ଇ. କିଶାନ କୁମାର ପାତ୍ରଙ୍କ ସମେତ ପୌର କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ