କୋରୋନାରୁ ସୁସ୍ଥ ହୋଇ ହିଞ୍ଜିଳିରୁ ପ୍ରଥମଥର ପାଇଁ ପ୍ଲାଜମା ଦେଲେ ଚନ୍ଦନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): କୋରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଅନୁପ୍ରାଣୀତ ହୋଇ ହିଞ୍ଜିଳିକାଟୁ ସହରରୁ ଆସି ପ୍ରଥମଥର ପାଇଁ ପ୍ଲାଜମା ଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଯୁବକ ଚନ୍ଦନ ପାତ୍ର । ହିଞ୍ଜିଳିକାଟୁ ପୌରପାଳିକାର ୧୨ ନମ୍ୱର ୱାର୍ଡର ଚନ୍ଦନ ପାତ୍ର ଗତ ତିନି ମାସ ତଳେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ଏଭଳି ପ୍ଲାଜମା ଦେଇ ଅନ୍ୟ କୋରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପାଇଁ ନିଜର ପ୍ଲାଜମା ଦେଇଥିବା କୁହାଯାଇଛି । ହିଞ୍ଜିଳି ଅଞ୍ଚଳର ବିଜେଡି ଯୁବ ନେତା ଭାବରେ ଚନ୍ଦନ ପରିଚିତ ଥିବା ବେଳେ ସେ ପୁଣି ଆସନ୍ତା ଦିନରେ ଆବଶ୍ୟକ ପଡିଲେ ପୁଣି ସେ ପ୍ଲାଜମା ଦେବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ