କରୋନା ସତର୍କତା :ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍–୧୯ ନିୟମ ଲାଗୁ ନେଇ ନିର୍ଦ୍ଦେଶନାମା ଜାରି ହେବା ପରେ ଜି.ଉଦୟଗିରି ଅଞ୍ଚଳର ଜନସାଧାରଣ ସତର୍କ ରହିବାକୁ ପୂର୍ବରୁ ଏନଏସି ଘୋଷଣା କରିଥିବା ବେଳେ ଗତ ୨ ତାରିଖ ଠାରୁ ୪ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ଆଠ ଗୋଟି ପଞ୍ଚାୟତରେ ବସବାସ କରୁଥିବା ଜନସାଧାରଣଙ୍କୁ ସଚେତନତା କରାଯାଇଛି। ଗୁରୁବାର ଅନ୍ତିମ ଦିବସରେ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଗ୍ରେସିଙ୍ଗିଆ ଗ୍ରାମ ପଞ୍ଚାୟତରେ ଜି.ଉଦୟଗିରି ଭାରପ୍ରାପ୍ତ ଅତିରିକ୍ତ ଉପ-ଜିଲ୍ଲାପାଳ ତଥା ସ୍ଥାନୀୟ ବିଡିଓ ବିଜୟ କୁମାର ପ୍ରଧାନ, ତହସିଲଦାର ଅବିନାଶ ମାହାର,ସିଡିପିଓ ସାବିତ୍ରୀ ମଲ୍ଲିକ, ପିଇଓ ପ୍ରମୁଖ ପହଞ୍ଚି ଲୋକଙ୍କୁ ସଚେତନ କରାଇଥିଲେ।ମୁହଁରେ ମାସ୍କ ପିନ୍ଧିବା,ସାନିଟାଇଜର ବ୍ୟବହାର କରିବା, ଅଯଥା ଗହଳି ନକରିବା ସହ ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ କହିବା ଆଦି ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା। ଗ୍ରେସିଙ୍ଗିଆ ସରପଞ୍ଚ ସୁମନ୍ତ ପ୍ରଧାନ,ଓ୍ବାର୍ଡ ସଭ୍ୟ,ଆଶା,ଅଙ୍ଗନଓ୍ବାଡି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଜନସାଧାରଣଙ୍କୁ କୋଭିଡ ନିୟମ ମାନିବା ପାଇଁ ବୁଲିବୁଲି ତାଗିଦ କରୁଥିବାର ଦେଖିବାକୁ ମିଳିଥିଲା।କରୋନା ପଞ୍ଚସୂତ୍ରୀ ନିୟମରେ ଖିଲାପ କଲେ ଅମାନିଆ ମାନଙ୍କୁ ଆଗକୁ ଉଚିତ ଦଣ୍ଡ ଦିଆଯିବ ବୋଲି ତାଗିଦ କରିବା ସହ ଲୋକଙ୍କୁ ବେଳୁହୁଁ ସାବଧାନ ହୋଇ ରହିବାକୁ ସତର୍କ କରାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ