ହିଲଟପ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ସମ୍ବିଧାନ ପ୍ରଣୟନ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ହିଲ ଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଯୁଗ୍ମ ୟୁନିଟ ତରଫରୁ ଭାରତୀୟ ସମ୍ବିଧାନ ପ୍ରଣୟନ ଦିବସକୁ ସ୍ମରଣୀୟ କରି ରଖିବା ନିମନ୍ତେ ୧୦୦ ଜଣ ବାଳକ ଓ ବାଳିକାଙ୍କୁ ନେଇ ଯୋଜନା ଅଧିକାରୀ ଅଧ୍ୟାପକ ଅନିଲ କୁମାର ତ୍ରିପାଠୀ ସ୍ୱାଭିମାନ ଦିବସ ପାଳନ କରିବା ସଂପର୍କରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ବିଆର ଆମ୍ବେଦକରଙ୍କ ସମ୍ବିଧାନ ଗଠନରେ ଭୂମିକା ସମ୍ବନ୍ଧରେ ବକୃତା ପ୍ରତିଯୋଗିତା ହୋଇଥିଲା। ବହୁ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ ସିମାଞ୍ଚଳ ସାହୁ, ଅଧ୍ଯାପକ ଭଗବାନ ବିଷୋୟୀ, ସାମେନି ରମେଶ, ଡକ୍ଟର ଅନ୍ତର୍ଯ୍ୟାମୀ ଗୌଡ, ଗ୍ରନ୍ଥାଗାର ରକ୍ଷକ ଗୋପାଳ ପଟ୍ଟନାୟକ, ଯୋଗ ଶିକ୍ଷକ ମୀନକେତନ ମିଶ୍ର, କିରାଣୀ କାମାକ୍ଷା ପ୍ରସାଦ ପଟ୍ଟନାୟକ ଆଦି ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ।


