କଳିଙ୍ଗା ଘାଟିରେ ପୁଣି ଡକାୟତି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ନିଦ ହଜେଇଦେଲେଣି ଲୁଟେରା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଏକ ସପ୍ତାହ ବ୍ୟବଧାନରେ ପୁଣି କଳିଙ୍ଗା ଘାଟିରେ ଲୁଟେରା ଦଳ ରାସ୍ତା ଅବରୋଧ କରି ଲୁଟିଛନ୍ତି କୋଡ଼ିଏ ହଜାର ଟଙ୍କା ସହ ଦୁଇଟି ମୋବାଇଲ। ପ୍ରାପ୍ତ ସୂଚନାନୁସାରେ ରବିବାର ମଧ୍ୟରାତ୍ରରେ ସାରଙ୍ଗଡ଼ଠାରୁ ବ୍ରହ୍ମପୁର ଯାଉଥିବା ଏକ ଅଶୋକ ଲିଲେଣ୍ଡ ପିକପ ନଂ.ଓଡି-୧୨ବି -୭୬୩୦ର ଡ୍ରାଇଭର କଳିଙ୍ଗା ଘାଟିରେ ଲୁଟର ଶିକାର ହୋଇଛନ୍ତି । ଗାଡି ମାଲିକ ସୌମ୍ୟରଞ୍ଜନ ସାହୁ ନିଜେ ଗାଡି ଚଳେଇ ଯାଉଥିବା ବେଳେ ଘାଟିଠାରୁ ମାତ୍ର ତିନି କିମି ଅତିକ୍ରମ କରିବା ପରେ ଏକ ବୁଲାଣି ରାସ୍ତାରେ ଲୁଟେରା ଦଳ ରାସ୍ତା ଉପରେ ରାସ୍ତା ପାର୍ଶ୍ଵରେ ପଡିଥିବା ସୁରକ୍ଷା ଲୁହା ପ୍ଲେଟକୁ କାଢି ରାସ୍ତାରେ ପକେଇ ରାସ୍ତା ଅବରୋଧ କରିରଖିଥିଲେ |ସୌମ୍ୟରଂଜନ ଗାଡି ଅଟକେଇବା ପରେ ତିନିଜଣ ମୁହଁରେ ଗାମୁଛା ଭିଡି ଜୀବନରେ ମାରିଦେବୁ ବୋଲି ଧମକ ଦେବା ଫଳରେ ସୌମ୍ୟ ନିଜ ପକେଟରେ ରଖିଥିବା ଦୁଇ ହଜାର ଟଙ୍କା ଦେଇଥିଲେ | ହେଲେ ଲୁଟେରା ଦଳ ପୁଣି ଧମକେଇ ଗାଡିରେ ଥିବା ବ୍ୟାଗରୁ ସୌମ୍ୟରଂଜନ ଙ୍କ ପର୍ସ ବାହାର କରି ସେଥିରେ ଥିବା ଅଠର ହଜାର ଟଙ୍କା ନେବା ସହ ଦୁଇଟି ମୋବାଇଲ ଲୁଟିନେଇଥିଲେ | ତାପରେ ସୌମ୍ୟରଂଜନ ଦୁର୍ଗାପ୍ରସାଦ ଯାଇ ଭଞ୍ଜନଗର ପୁଲିସକୁ ଖବର ଦେଇଥିଲେ। ଭଞ୍ଜନଗର ପୁଲିସ ଖବର ପାଇ ସୌମ୍ୟରଂଜନଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପହଂଚିବା ସହ କଳିଙ୍ଗାରେ ପହଂଚି ଆଲୋଚନା କରିଥିଲେ | ହେଲେ ଲୁଟ ହୋଇଥିବା ସ୍ଥାନଟି ଘୁ.ଉଦୟଗିରି ଥାନା ଅଧୀନରେ ଯାଉଥିବା ଯୋଗୁଁ ଭଞ୍ଜନଗର ପୁଲିସ ସୌମ୍ୟରଂଜନଙ୍କୁ ଘୁ.ଉଦୟଗିରି ଥାନାକୁ ଯିବାକୁ କହିଥିଲେ l ସୋମବାର ଅପରାହ୍ନରେ ସୌମ୍ୟରଂଜନ ଜି.ଉଦୟଗିରି ଥାନାରେ ପହଂଚି ଏକ ଲିଖିତ ଏଫଆଇଆର ଦେଇଥିବା ସୁଚନା ମିଳିଛି। ସ୍ଥାନୀୟ ଥାନା ଆଇଆଇସି ଧିରାଜ କୁମାର ଲେଙ୍କା ଥାନା କେଶ ନଂ ୪୩/୨୦ ଧାରା୩୯୪ ରେ ଏକ ମାମଲା ରୁଜୁ କରି ସ୍ଥାନୀୟ ଥାନା ଏସଆଇ କୃଷ୍ଣଚନ୍ଦ୍ର ବେହେରାଙ୍କୁ ତଦନ୍ତ ଦାୟିତ୍ବ ଦେଇଛନ୍ତି। ଗତ ଶନିବାର ରାତିରେ ଏହିଭଳି ଏକ ଲୁଟ ହୋଇଥିଲା। ଏକ କାରକୁ ଅଟକାଇ ୧୦ହଜାର ଟଙ୍କା ସହ ମୋବାଇଲ ଲୁଟେରା ଲୁଟି ନେଇଥିଲେ | ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସେଇ ଲୁଟ ଘଟଣାର ଟେର ପୁଲିସ ପାଇନଥିବାବେଳେ ଦୁଇଟି ଜିଲ୍ଲାର ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରା ଦଳ ଅନାୟସରେ ଲୁଟ କରି ଖସି ପଳାଉଛନ୍ତି ।କଳିଙ୍ଗା ଘାଟି ୧୦କିମି ରାସ୍ତାରେ ଗୋଟିଏ ସପ୍ତାହରେ ଦୁଇଟି ଡକାୟତି ଘଟଣା ବର୍ତ୍ତମାନ ପୁଲିସର ନିଦ ହଜେଇଦେଇଛି।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ