କଳ୍ପନା କୁମାରୀ ପ୍ରଧାନ ପୋଲସରା ବ୍ଲକ ଅଧ୍ୟକ୍ଷା ନିର୍ବାଚିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅଧ୍ୟକ୍ଷା ଭାବେ ବେଲଗାଁ ପଞ୍ଚାୟତ ସମିତି ସଭ୍ୟା କଳ୍ପନା କୁମାରୀ ପ୍ରଧାନ ନିର୍ବାଚିତ ହୋଇଥିବା ପୋଲସରା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ସୁରଞ୍ଜନ କୁମାର ସାହୁ ଘୋଷଣା କରିଛନ୍ତି। ବିଜେଡି ସମର୍ଥୀତ ପ୍ରାର୍ଥୀନୀ ଭାବେ କଳ୍ପନା କୁମାରୀ ପ୍ରଧାନ ବ୍ଲକ ଅଧ୍ୟକ୍ଷା ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ, ତାଙ୍କ ବିପକ୍ଷରେ ବିଜେପି ସମର୍ଥୀତ ପ୍ରାର୍ଥୀନୀ ଭାବେ ସୋଡକ ପଞ୍ଚାୟତ ସମିତି ସଭ୍ୟା ଗୀତାଞ୍ଜଳୀ ସେଠୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପୋଲସରା ବ୍ଲକର ମୋଟ ୨୬ ଟି ପଞ୍ଚାୟତ ମଧ୍ୟରୁ ବିଜେଡି ସମର୍ଥୀତ ପ୍ରାର୍ଥୀନୀ କଳ୍ପନା କୁମାରୀ ପ୍ରଧାନ ୨୦ ଖଣ୍ଡ ଭୋଟ ପାଇଥିବା ବେଳେ ଗୀତାଞ୍ଜଳୀ ସେଠୀଙ୍କୁ ୬ ଖଣ୍ଡ ଭୋଟ ମିଳିଛି । ନବନିର୍ବାଚିତ ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା ଦେବୀ ପୋଲସରା ଏନଏସିର ପୂର୍ବତନ ନଗରପାଳ ପ୍ରଫୁଲ ପ୍ରଧାନଙ୍କ ଭଉଣୀ ଅଟନ୍ତି। ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ବିଜୟ ଶୋଭାଯାତ୍ରାରେ ବିଜେଡି ସମର୍ଥୀତ ସନସ୍ତ ସମିତି ମେମ୍ବର ଓ ସରପଞ୍ଚ ଙ୍କ ସମେତ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ସମ୍ପାଦକ ଅଶୋକ କୁମାର ବିଷୋୟୀଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ