ରାଷ୍ଟ୍ରୀୟ ଲୋକ ଅଦାଲତ : ୧୧ ମାମଲା ଫୈସଲା
ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ୧୧ ଗୋଟି ମାମଲାର ଫୈସଲା ହୋଇଥିବା ଜଣାପଡିଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ମାଜିଷ୍ଟ୍ରେଟ ଔରୋଲିପି ପରିଜା ,ରେଟନର ସାଇ ସନ୍ତୋଷିନୀ ପ୍ରଧାନ, ଓକିଲ ବିଭୂଦତ୍ତ ନାୟକ ଓ ସୁଜିତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ୧୧ ଟି ମାମଲାର ଫୈସଲା କରିଥିଲେ। ଅଦାଲତ କର୍ମଚାରୀ ଶ୍ରଦ୍ଧାଞ୍ଜଳୀ ସେଠୀ, ରବୀନ୍ଦ୍ର ପାତ୍ର ଓ ଗଣେଶ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


