କାଉଡିଆଙ୍କ ପାଇଁ ଭାରୀଯାନ ବିପଦ : ଆରଡି ପୀଠ ଅଭିମୂଖେ ହଜାର ହଜାର ଭକ୍ତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଶ୍ରାବଣମାସର ସୋମବାର ଜଳାଭିଷେକ କରିବା ପାଇଁ କେନ୍ଦ୍ରାପଡ଼ା ଦେଇ ଆରଡ଼ି ପୀଠ(ଆଖଣ୍ଡଳମଣି ମନ୍ଦିର)କୁ ହଜାର ହଜାର କାଉଡିଆ ଯାଉଛନ୍ତି । ହେଲେ ଏବେ ସେମାନଙ୍କ ପାଇଁ ବିପଦ ସାଜିଛି ଭାରୀଯାନ । ଭାରୀଯାନଗୁଡିକ ସଠିକ ଢଙ୍ଗରେ ଗାଡି ଚଳାଉ ନାହାଁନ୍ତି । ଯାହା କାଉଡିଆମାନଙ୍କୁ ଭୟଭୀତ କରୁଛି ବୋଲି କେତେକ କାଉଡିଆ କହିଛନ୍ତି । ସେମାନେ କହିଛନ୍ତି ଅନ୍ତତଃ ପକ୍ଷେ ଶନିବାର ଓ ରବିବାର ପୋଲିସ ଓ ପ୍ରଶାସନ ପକ୍ଷରୁ ଭାରୀଯାନ ଚଳାଚଳ ଉପରେ ନିୟନ୍ତ୍ରଣ ରହିବା ଜରୁରୀ । ରାସ୍ତାରେ ପୋଲିସ ମୁତୟନ କରାଗଲେ ପୋଲିସ ଭାରୀଯାନକୁ ନିୟନ୍ତ୍ରଣ କରିବ । ଯାହା ଫଳରେ କାଉଡିଆମାନେ ସୁରକ୍ଷିତ ଭାବେ ଜଳାଭିଷେକ କରିବା ପାଇଁ ଶୈବପୀଠକୁ ଯାଇପାରିବେ । ଆଉ କେତେକ କାଉଡିଆ କହୁଛନ୍ତି ଭାରୀଯାନ ଚଳାଉଥିବା ଚାଳକମାନେ ମଦ୍ୟପାନ କରି ବେପରୁଆ ଭାବେ ଗାଡି ଚଳାଉଛନ୍ତି । ଏହା ଆମ ମନରେ ଭୟ ସଞ୍ଚାର କରୁଛି । ଆମେ ରାସ୍ତା କଡ଼ରେ ଯାଉଥିବା ବେଳେ ସେମାନେ ଯେଉଁ ଢଙ୍ଗରେ ଅନ୍ୟ ଗାଡିକୁ ଓଭରଟେକ କରୁଛନ୍ତି ତାହା ଆମ ପାଇଁ ବିପଦ ସୃଷ୍ଟି କରୁଛି । ତେଣୁ ସେମାନଙ୍କ ଉପରେ ପ୍ରଶାସନର ନିୟନ୍ତ୍ରଣ ରହିବା ନିହାତି ଜରୁରୀ । ଏହା ନହେଲେ ଆମେ ମୃତାହତ ହେବୁ । ସହରର ଜଣେ ବୁଦ୍ଧିଜୀବୀଙ୍କ କହିବାନୁଯାୟୀ ଭାରୀଯାନ ଦ୍ୱାରା ଅତୀତରେ ଅନେକ ଦୁର୍ଘଟଣା ଘଟିଛି । ଯାହାଦ୍ୱାରା କାଉଡିଆମାନେ ମୃତାହତ ହୋଇଛନ୍ତି । ତେଣୁ ମାନସିକ ପୂରଣ ପାଇଁ ଜଳଲାଗି କରିବାକୁ ଆସୁଥିବା କାଉଡିଆମାନଙ୍କ ସୁରକ୍ଷା ଦୃଷ୍ଟିରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ଓ ପୋଲିସ ଅଧିକାରୀମାନେ ଏ ନେଇ ପଦକ୍ଷେପ ଗ୍ରହଣ କଲେ କାଉଡିଆମାନଙ୍କ ଜୀବନ ବିପଦମୁକ୍ତ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ