ଜାଗେଶ୍ୱରୀ ସୋସାଇଟି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କଲେ ରଶ୍ମି ରଞ୍ଜନ

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ଗ୍ରାମପଞ୍ଚାୟତର ଜାଗେଶ୍ୱରି ସେବା ସମବାୟ ସମିତିର ସଭାପତି ଭାବେ ଯୁବନେତା ତଥା ସଂଗଠକ ରଶ୍ମୀ ରଞ୍ଜନ ସ୍ଵାଇଁ  ସୋମବାର ପୂର୍ବାହ୍ନରେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟଯେ ଗତ ଜୁନ ମାସ ୨୬ ତାରିଖରେ ସେବା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ କୁରୁଜଙ୍ଗ ଗ୍ରାମପଞ୍ଚାୟତ ସ୍ଥିତ ଜାଗେଶ୍ୱରୀ ସେବା ସମବାୟ ସମିତିର ୧୫ଗୋଟି ଜୋନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବିଜେଡ଼ି ସମର୍ଥିତ  ୧୫ଜଣ ବୋର୍ଡ ମେମ୍ବର ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଗତ ୬ ତାରିଖରେ କୁରୁଜଙ୍ଗ ଗ୍ରାମ ପଞ୍ଚାୟତର ଯୁବ ସଂଗଠକ ତଥା ସାମାଜିକ କର୍ମୀ ରଶ୍ମୀ ରଞ୍ଜନ ସ୍ଵାଇଁ ଏକମାତ୍ର ପ୍ରାର୍ଥୀଭାବେ ଜାଗେଶ୍ଵରୀ ସେବା ସମବାୟ ସମିତିର ସଭାପତି ପଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହି ସମୟ ମଧ୍ୟରେ କୌଣସି ପ୍ରତିଦ୍ୱନ୍ଦି ତାଙ୍କ ବିପକ୍ଷରେ ପ୍ରାର୍ଥୀପତ୍ର ଦାଖଲ ନ କରିବାରୁ ଦାୟିତ୍ୱ ରେ ଥିବା ନିର୍ବାଚନ ଅଧିକାରୀ ଶ୍ରୀ ସ୍ୱାଇଁଙ୍କୁ ସେବା ସମବାୟ ସମିତିର ସଭାପତି ଭାବେ ନିର୍ବାଚିତ ଘୋଷଣା କରାଯାଇଥିଲା । ସରକାରୀ ସ୍ତରରେ ଆଜି ବିଧିବଦ୍ଧ ଶପଥ ପାଠ ପୂର୍ବକ ଦାୟୀତ୍ବ ଗ୍ରହଣ କରିଛନ୍ତି । କାକଟପୁର ସମବାୟ ସମିତି ସମ୍ପ୍ରସାରଣ ଅଧିକାରୀ ସୁକାନ୍ତ କୁମାର ଖୁଣ୍ଟିଆ, ଚିତ୍ରେଶ୍ୱରୀ ସମିତି ସମ୍ପାଦକ ଶଶି ଭୂଷଣ ମିଶ୍ର, ଜାଗେଶ୍ଵରୀ ସମିତି ସମ୍ପାଦକ କୈବଲ୍ୟ ସେନାପତି, କୁଣ୍ଢେଇ ସମିତି ସମ୍ପାଦକ ଅଲେଖ ଚନ୍ଦ୍ର ନାୟକ, ସନ୍ତରସ ସମିତି ସମ୍ପାଦକ ଶିଶିର କୁମାର କର ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ସ୍ୱାଇଁଙ୍କୁ ଶପଥ ପାଠ କରାଇବା ସହିତ ଦାୟିତ୍ଵ ହସ୍ତାନ୍ତର କରିଥିଲେ । ଏହି ଅବସରରେ ଜାଗେଶ୍ଵରୀ ସମିତିର ସମସ୍ତ ବୋର୍ଡ଼ ମେମ୍ବର ମାନଙ୍କ ସହ ବିଶିଷ୍ଟ ରାଜନୀତିଜ୍ଞ ପ୍ରଫୁଲ୍ଲ ମହାପାତ୍ର, ପୁର୍ବତନ ସମିତି ସଭାପତି ଶରତ ମାହାରୀ, ସମିତି ସଭ୍ୟ କୈଳାସ ଚନ୍ଦ୍ର ସେଠୀ, ନଟବର ସେନାପତି, ରମେଶ ସ୍ୱାଇଁ, ଶିବରାମ ସ୍ଵାଇଁ ଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ