କାମରେ ଆସୁନି ଷ୍ଟ୍ରୀଟ ଲାଇଟ ନାମମାତ୍ର ଫଳକ : ଅନ୍ଧାରରେ ମେଡ଼ିକାଲ ଛକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁମା ବ୍ଳକ ଅନ୍ତର୍ଗତ ଗାଇବା ପଞ୍ଚାୟତର ଗାଇବା ଗ୍ରାମର ମେଡିକାଲ ଛୋକ, ପୋଲିସ୍ ଷ୍ଟେସନ ଓ ସ୍କୁଲ ଆଶ୍ରମ ଛୋକ ନିକଟରେ କାମରେ ଆସୁନି ଷ୍ଟ୍ରୀଟ ଲାଇଟ। ନାମମାତ୍ର ଫଳକ ଲାଗିଛି ଖମ୍ବରେ ଲାଇଟ ବି ଲାଗିଛି ହେଲେ ୭ମାସ ହେଲା ଆଲୁଅ ନାହିଁ। ଦୀର୍ଘ ୭ମାସରୁ ଉର୍ଦ୍ଧ ହେଲା ଷ୍ଟ୍ରୀଟ ଲାଇଟ ଖମ୍ବରେ ସଂଯୋଗ କରାଯାଇଛି। ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ସାହି ଆଲୋକୀ କରଣ ଅନ୍ୟତମ। ହେଲେ ଗାଇବା ସଦର ମହକୁମା ମେଡ଼ିକାଲ ଛକ,ସ୍କୁଲ ମହିଳା ଆଶ୍ରମ ବିଦ୍ୟାଳୟ ଛକ ଓ ପୋଲିସ ଷ୍ଟେସନ ଛକ ନିକଟରେ କେଵଳ ଗୋଟିଏ ଦିନ ହିଁ ଲାଇଟ ଜଳିଚି ବାକି ଦିନ ଅନ୍ଧାର। ବିଡ଼ମ୍ବନାର ବିଷୟ ଯେ ରାତ୍ର ସମୟରେ ମେଡ଼ିକାଲ ଓ ପୋଲିସ ପାଣ୍ଡି ନିକଟକୁ ଯିବାକୁ ହେଲେ ଅନ୍ଧାର ଭିତରେ ଜିବାକୁ ପଡ଼ୁଛି । ଏନେଇ ଗ୍ରାମବାସୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବିଦ୍ୟୁତ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା କହିଛନ୍ତି ସ୍ତାନୀୟ ସରପଞ୍ଚ ତିଶନ ଭୂୟାଁ, ସମିତି ବାସନ୍ତୀ ପାଣି, ସୁରେଶ ପୂଜାରୀ, ମହେନ୍ଦ୍ର ପ୍ରଧାନ ଓ ସୁଧାକର ଲିମା । ପାଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅଜାଣତରେ ଲାଇଟ ଲଗାଯାଇଛି ବୋଲି ଜଣାପଡିଛି । ଏନେଇ ବିଦ୍ୟୁତ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଆଚାର୍ଯ୍ୟ କହିଛନ୍ତି ଯେ ଖମ୍ବରେ ଲାଇଟ ଲାଗିଛି ସତ ହେଲେ ବିଦ୍ୟୁତ ବିଭାଗକୁ ହସ୍ତାନ୍ତର ହେଇନାହିଁ ଫଳରେ ଲାଇନ ଚାର୍ଜ ହେଇନାହିଁ। ହସ୍ତାନ୍ତର ପରେ ଲାଇନ ଚାର୍ଜ କରାଯିବ ବୋଲି କହିଛନ୍ତି । ଏନେଇ ଗାଇବା ଗ୍ରାମବାସୀ ଏହି ସମସ୍ୟା ସମ୍ପର୍କରେ ବିଭାଗ୍ୟ କତ୍ତୃପକ୍ଷ ଗୁରୁତ୍ୱର ସହିତ ସମାଧାନ କରିବାକୁ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ