ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ବିଜେଡି ଉପସଭାପତି ଓ ଟାଉନ ବିଜେଡି ସଭାପତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଦଳବିରୋଧୀ କାର୍ଯ୍ୟପାଇଁ ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ଗଜପତି ଜିଲ୍ଲା ବିଜେଡି ଉପସଭାପତି ଓ ପାରଳାଖେମୁଣ୍ଡି ଟାଉନ ବିଜେଡି ସଭାପତି । ଆଜି ଏ ନେଇ ଦଳର ରାଜ୍ୟ ସମ୍ପାଦକ (ମିଡିଆ ସେଲ୍) ମାନସ ରଂଜନ ମଙ୍ଗରାଜ ଏକ କାର୍ଯ୍ୟାଳୟ ଆଦେଶ ପ୍ରକାରେ ସୂଚିତ କରିଛନ୍ତି । ଶ୍ରୀ ମଙ୍ଗରାଜ ଉଲ୍ଲେଖ କରିଛନ୍ତି ଯେ, ଗଜପତି ଜିଲ୍ଲା ବିଜେଡି ଉପସଭାପତି କେ. ଆପ୍ପା ରାଓ ଏବଂ ପାରଳାଖେମୁଣ୍ଡି ଟାଉନ ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି ।


