କାମରେ ଲାଗିବନି କନିକାଙ୍କ ପ୍ଲାଜମା

ପୁନେ: କରୋନା ଭାଇରସରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ବଲିଉଡ କଣ୍ଠଶିଳ୍ପୀ କନିକା କପୁର ନିଜର ପ୍ଲାଜମା ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ପରେ ମେଡିକାଲ କର୍ତ୍ତୃପକ୍ଷ ତାଙ୍କ ପ୍ଲାଜମା ସଂଗ୍ରହ କରିଥିଲେ । କିନ୍ତୁ ତାଙ୍କ ପ୍ଲାଜମା କରୋନା ରୋଗୀଙ୍କ ଚିକିତ୍ସାରେ ଲାଗି ପାରିବ ନାହିଁ ବୋଲି ପରୀକ୍ଷାରୁ ଜଣାପଡ଼ିଛି । କରୋନା ବିରୋଧରେ କନିକାଙ୍କ ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟିବଡ଼ି ଅପେକ୍ଷାକୃତ ଦୁର୍ବଳ ଥିବା ଲକ୍ଷ୍ନୌସ୍ଥିତ କେଜିଏମୟୁର ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗ ପ୍ରକାଶ କରିଛି । କନିକା ହାଇଗ୍ରେଡ କରୋନା ପଜିଟିଭ ହୋଇନଥିବାରୁ ତାଙ୍କ ଶରୀରରେ ଶକ୍ତିଶାଳୀ ଆଣ୍ଟିବଡ଼ି ସୃଷ୍ଟି ହୋଇପାରିନଥିବା କୁହାଯାଇଛି । ଉଲ୍ଲେଖଯୋଗ୍ୟ, କନିକା କରୋନା ପଜିଟିଭ ଥିବା ଜଣାପଡ଼ିବା ପରେ ତାଙ୍କର ଚିକିତ୍ସା ପିଜିଆଇରେ କରାଯାଇଥିଲା । ତେବେ ସେ କରୋନାର ପ୍ରଥମ ପର୍ଯ୍ୟାୟରେ ଥିବାରୁ କେବଳ ମେଡିସିନ ଦ୍ୱାରା ତାଙ୍କର ଚିକିତ୍ସା କରାଯାଇଥିଲା । ଆଇସିୟୁ କିମ୍ବା ଭେଣ୍ଟିଲେଟରର ଆବଶ୍ୟକ ପଡ଼ିନଥିଲା । ଫଳରେ ତାଙ୍କ ଶରୀରରେ ଶକ୍ତିଶାଳୀ ଆଣ୍ଟିବଡ଼ି ସୃଷ୍ଟି ହୋଇପାରିନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ