କାର ଦୁର୍ଘଟଣା ଫେରାଇଲା ଦୃଷ୍ଟିଶକ୍ତି
୨୦ ବର୍ଷ ତଳେ ନିଜର ଦୃଷ୍ଟିଶକ୍ତି ହରାଇଥିବା ବ୍ୟକ୍ତି ଜଣକ ଏକ କାର ଦୁର୍ଘଟଣାରେ ପୁଣି ଥରେ ଦୃଷ୍ଟିଶକ୍ତି ଫେରି ପାଇବା ଭଳି ଘଟଣା ଘଟିଛି । ଗୋରଜୋ ଭିକୋପୋଲସ୍କି ସହରର ଜାନୁସ୍ ଗୋରାଜ ନାମକ ଏହି ବ୍ୟକ୍ତି ଜଣକ ପେସାରେ ଜଣେ ପୁଲିସ୍ କର୍ମଚାରୀ । ଜାନୁସ୍ଙ୍କ ସହ ଏହି ଚମକ୍ରାର ୨୦୧୮ ମସିହାରେ ହୋଇଥିଲା । କିନ୍ତୁ ଗଣମାଧ୍ୟମରେ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ରିପୋର୍ଟ ମୁତାବକ, ୨୦୦୦ ମସିହାରେ ବିଭିନ୍ନ ପ୍ରକାରର ଚକ୍ଷୁ ଆଲର୍ଜିର ସାଇଡ୍ ଇଫେକ୍ଟ ଯୋଗୁ ଜାନୁସ୍ ନିଜର ବାମ ଆଖିର ଦୃଷ୍ଟିଶକ୍ତି ହରାଇ ବସିଥିଲେ । ଏହା ପରଠାରୁ ଜାନୁସ୍ ଡାହାଣ ଆଖି ସାହାଯ୍ୟରେ ଦେଖୁଥିଲେ । କିନ୍ତୁ ୨୦୧୮ରେ ଗୋଟିଏ ଦିନ ରାସ୍ତା ପାର୍ ହେଉଥିବା ବେଳେ କାର ସହ ତାଙ୍କର ଧକ୍କା ହୋଇଥିଲା । ଏହି ସମୟରେ ତାଙ୍କର ମୁନ୍ଦରେ ଏବଂ କାନ୍ଧରେ ଗଭୀର ଆହତ ହୋଇଥିଲା । ତେବେ ସେତେବେଳେ ତାଙ୍କୁ ଜଣାନଥିଲା ଯେ, ଏହି ଦୁର୍ଘଟଣା ଦ୍ୱାରା ସେ ନିଜର ଦୃଷ୍ଟିଶକ୍ତି ଫେରି ପାଇବେ । କାନ୍ଧର ଅସ୍ତ୍ରେପଚାର ପରେ ସେ ନିଜର ବାମ ଆଖିରେ ସବୁ କିଛି ଦେଖିପାରିଥିଲେ ଏବଂ ଏସମ୍ବନ୍ଧରେ ଡାକ୍ତରଙ୍କୁ ମଧ୍ୟ ଜଣାଇଥିଲେ । ଡାକ୍ତର ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।


