କାଳବୈଶାଖୀରେ ଅନେକ ସ୍ଥାନରେ ଗଛ ଭାଙ୍ଗିବାସହ ବିଦ୍ୟୁତ୍ ସେବା ବିଛିନ୍ନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକାଞ୍ଚଳରେ ଗତକାଲି ବିଳମ୍ବିତ ରାତ୍ରରେ ହୋଇଥିବା କାଳବୈଶାଖୀ ତଥା ଅଦିନିଆ ବର୍ଷା ଯୋଗୁ ଅବସ୍ଥା ବେହାଲ ହୋଇଛି । ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ମୁଖ୍ୟ ସଡ଼କ ଅବରୋଧ ହୋଇଛି । ସେହି ରାସ୍ତାରେ ମଧ୍ୟ ଏକ ୧୮ ଚକିଆ ଟ୍ରକ ମଧ୍ୟ ଫସି ରହିଛି । ଏହା ଚନ୍ଦ୍ରଗିରି ଫାଣ୍ଡି ଠାରୁ ମାତ୍ର ଏକ କିଲୋମିଟର ଦୂରରେ ହୋଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଏହିଗଛ କାଟି ସଫା କରାଯାଇନାହିଁ । ଉଭୟ ପାର୍ଶ୍ଵରେ ଅନେକ ଗାଡ଼ି ଅଟକି ରହିଛି ।


