କାଳିଆକୁ ନେଇ ବାର ଦିନରେ ଅକ୍ଷୟଙ୍କ ଅନଶନ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): କାଳିଆ ଯୋଜନାରୁ ଅର୍ଥ କାଟ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଅସତ୍ୟ ବିରୁଦ୍ଧରେ ଅକ୍ଷୟଙ୍କ ସତ୍ୟାଗ୍ରହ ବାର ଦିନରେ ପହଞ୍ôଚଛି । ପ୍ରଥମରୁ ରାଜନୈତିକ ମହଲରେ ଅନଶନ ପ୍ରଭାବଶାଳୀ ସାବ୍ୟସ୍ତ ହେବନାହିଁ ବୋଲି ଯେଉଁମାନେ ଆକଳନ କରୁଥିଲେ ସେମାନେ ଏବେ ଆତଙ୍କିତ ହେଲେଣି । ଆଜି ଅନଶନସ୍ଥଳରେ କଂଗ୍ରେସ କିଷାନ ସେଲ୍ର ସଭାପତି ଅମିୟ ପଟ୍ଟନାୟକ, ନିଶା ବିରୋଧୀ ଆନ୍ଦୋଳନର ନେତା ମଳୟ ତ୍ରିପାଠୀ, ଖଗେଶ୍ୱର ବଳ, କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ମନୋଜ ଜେନା, ଓଡ଼ିଶା ସର୍ବୋଦୟ ମଣ୍ଡଳ ସମ୍ପାଦକ ରମାକାନ୍ତ ମଣ୍ଡଳ, ଝାଡ଼ଖଣ୍ଡର ବିନୋଦ ଭାଇ, ଇନ୍ଦୁମତି ଦେବୀ ଓ ଶିକ୍ଷାବିତ୍ ନିରାକାର ବେଉରା ଶ୍ରୀ କୁମାରଙ୍କୁ ଭେଟି ଆଲୋଚନା କରିଥିଲେ । ଅନସ୍ଥଳସ୍ଥଳରେ ସମାଜକର୍ମୀମାନେ ଆଲୋଚନା କରି ସବୁବେଳେ ସରକାର ଅହିଂସା ଆନ୍ଦୋଳନକୁ ଉପେକ୍ଷା କରିଛନ୍ତି ବୋଲି କହିବା ସହ ଏହା ଭଲ ଲକ୍ଷଣ ନୁହେଁ ବୋଲି କହିଛନ୍ତି । ସରକାର ଆନ୍ଦୋଳନକାରୀମାନେ ହିଂସା ପରିହାର କରନ୍ତୁ ବୋଲି ଚିତ୍କାର କରୁଥିବା ବେଳେ ଅହିଂସକ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ନ କରିବା କ୍ଷୋଭର ବିଷୟ ବୋଲି ମତପୋଷଣ କରିଥିଲେ । ସେହିଭଳି ଅକ୍ଷୟ କୁମାରଙ୍କ ଅନଶନକୁ ସମର୍ଥନ ଜଣାଇ ଆଜି ପୁରୀ, ଗଞ୍ଜାମ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କେନ୍ଦୁଝର ପ୍ରଭୃତି ଜିଲ୍ଲାରେ ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଆଜି ଅନଶନସ୍ଥଳରେ ଯାଜପୁର ଜିଲ୍ଲା ସଭାପତି ଦୁର୍ଗା ଦାସ ଏବଂ ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ ଓ ସ୍ନେହାଂଶୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


