କାଳୀପଲ୍ଲୀପଂଚାୟତ ର ସରପଞ୍ଚ ଙ୍କ ଦାୟିତ୍ୱ ଗ୍ରହଣ
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳୀପଲ୍ଲୀ ପଂଚାୟତର ନବନିର୍ବାଚିତ ସରପଞ୍ଚ ବି. ଲକ୍ଷ୍ମୀ ପାତ୍ର ଆଜି ପଂଚାୟତ ରେ ଦାୟିତ୍ୱ ଗ୍ରହଣ କରିଛନ୍ତି l ଏହି ଅବସର ରେ ପଂଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ଷଡ଼ଙ୍ଗୀ, ନବନିର୍ବାଚିତ ସମିତି ସଭ୍ୟ ବିକାଶ କୁମାର ବେହେରା, ପୂର୍ବତନ ସରପଞ୍ଚ ରାମ ବେହେରା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ, ବିଜେଡ଼ି ନେତା ବି. ଚନ୍ଦ୍ର ମଣି ପାତ୍ର, ବିଜୁ ଶ୍ରମିକ ସାମ୍ମୁଖ୍ୟ ର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ସିଏଚ. ରଘୁନାଥ ରେଡ୍ଡୀ, ଚମାଖଣ୍ଡି ସରପଞ୍ଚ ସିଏଚ. ମନୋଜ ରେଡ୍ଡୀ ଙ୍କ ସମେତ ବହୁ ୱାର୍ଡ ମେମ୍ବର ଏବଂ ପଂଚାୟତ ର ବହୁ ଭଦ୍ର ବ୍ୟକ୍ତି ମାନେ କାଳୀପାଲ୍ଲୀ ପଂଚାୟତର ସରପଞ୍ଚ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀମତୀ ପାତ୍ର ଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ସମର୍ଦ୍ଧନା ପ୍ରଦାନ କରିଥିଲେ l


