ଗଞ୍ଜାମ ଏନଏସି ନିର୍ବାଚନ ୧୦ ନମ୍ବର ୱାର୍ଡରେ କାଉନସିଲର ଓ ଅଧ୍ୟକ୍ଷା ପ୍ରାର୍ଥୀନୀଙ୍କ ପ୍ରଚାର ଜୋରଦାର

ଛତ୍ରପୁର, (ଦେବଦତ୍ତ ମହାରଣା) :ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ନିମନ୍ତେ ସମସ୍ତ ଦଳ ପକ୍ଷରୁ ନିଜ ନିଜ ପ୍ରଚାର କାର୍ଯ୍ୟକୁ ଜୋରସରରେ ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଏନଏସିର ୧୦ ନମ୍ବର ୱାର୍ଡରେ ବିଜେଡିର ଅଧ୍ୟକ୍ଷା ପ୍ରାର୍ଥିନୀ ଝୁଲି ପାତ୍ର ଓ କାଉନସିଲର ପ୍ରାର୍ଥିନୀ ସୁଜାତା କୁମାରୀ ମହାନ୍ତି ୱାର୍ଡର ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ଦ୍ୱାରା ଲୋକଙ୍କୁ ବୁଝାଇବା ସହ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଏଥି ସହ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆଶା ପ୍ରକଟ କରି ଟିକଟ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ପ୍ରଚାରର ମଙ୍ଗ ଧରିଛନ୍ତି ଗଞ୍ଜାମ ଏନଏସି ଯୁବ ସଭାପତି ସୁଧିର କୁମାର ପାଢୀ । ଏହି ପ୍ରଚାର ବେଳେ ପୂର୍ବତନ ଏନଏସି ଉପାଧ୍ୟକ୍ଷା ଉର୍ମିଳା ପଲାଇ, ବିଜୁ ଛାତ୍ର ଜନତା ଦଳର ଗଞ୍ଜାମ ଏନଏସି ସଭାପତି ରାକେଶ ରଞ୍ଜନ ଦାଶ, ପୂବ୍ରତନ ସାଂସଦ ପ୍ରତିନିଧି ସୁଦାମ ପଲାଇ, ୧ ନଂ ୱାର୍ଡର କାଉନସିଲର ପ୍ରାର୍ଥୀ ସୁରେନ୍ଦ୍ର ବାରିକ, ୯ ନଂ ୱାର୍ଡର କାଉନସିଲର ପ୍ରାର୍ଥୀ ସ୍ୱାଗତ ଆଶିଷ ନାୟକ, ୮ ନଂ ୱାର୍ଡର କାଉନସିଲର ପ୍ରାର୍ଥିନୀ ମହାଲକ୍ଷ୍ମୀ ନାୟକ, ୪ ନଂ ୱାର୍ଡର କାଉନସିଲର ପ୍ରାର୍ଥିନୀ ସବିତା ବେହେରା ଓ ୫ ନଂ ୱାର୍ଡର କାଉନସିଲର ପ୍ରାଥ୭ିନୀ ସଂଯୁକ୍ତା ଦାସଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ଉଭୟ ଅଧ୍ୟକ୍ଷା ଓ କାଉନସିଲର ପ୍ରାର୍ଥିନୀଙ୍କ ନିମନ୍ତେ ଭୋଟ ଭିକ୍ଷା କରିଥିବା ବେଳେ ଗଞ୍ଜାମ ଏନଏସି ଯୁବ ସଭାପତି ଶ୍ରୀ ପାଢୀ ଏନଏସିର ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ସମେତ ସମସ୍ତ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ