କାଶୀନଗର ଶ୍ରୀରାମ କଲେଜ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ନୈରାଶଜନକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଠାରେ ଥିବା ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଶ୍ରୀରାମ ମହା ବିଦ୍ୟାଳୟର ବିଜ୍ଞାନ ବିଭାଗର ଫଳାଫଳ ନୈରାଶ୍ୟ ଜନକ ହୋଇଥିବା ଜଣାପଡୁଛି. ଏହି ବର୍ଷ ବିଜ୍ଞାନ ବିଭାଗ ରେ ୫୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୦ ଜଣ ପାସ ଓ କଳା ବିଭାଗରେ ୨୧୫ରୁ ୧୪୯ ଜଣ ପାସ ହୋଇଛନ୍ତି. ରାଜ୍ୟ ସରକାର ଙ୍କ ଫାଇଭ ଟି ଅଧୀନରେ ଏହି ମହା ବିଦ୍ୟାଳୟ ରୂପାନ୍ତରିତ ହୋଇ ଏକ ନୂଆ ରୂପ ପାଇଥିଲା କିନ୍ତୁ ଦୁଃଖର ବିଷୟ ଯେ ମହାବିଦ୍ୟାଳୟ ସୌନ୍ଦର୍ଯ୍ୟ କରଣ ସହ ଚକା ଚକ ହେଲେ କଣ ହେବ ଅସଲରେ ମହାବିଦ୍ୟାଳୟର ଅଧ୍ୟାପକ ପଦବୀ ବହୁ ଦିନ ରୁ ଖାଲି ପଡ଼ିଛି. ମହାବିଦ୍ୟାଳୟର ଖାଲି ପଡି ଥିବା ପଦବୀ ଗୁଡିକ ପୂରଣ କରିବା ପାଇଁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବାରମ୍ବାର ରାଜ୍ୟ ସରକାର ଙ୍କୁ ଜଣେଇଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବା ଅଧ୍ୟକ୍ଷ ନବକୃଷ୍ଣ ସାହୁକାର ଆମ ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତିଯେ, ମହାବିଦ୍ୟାଳୟର ପଦବୀ ପୂରଣ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଜନସାଧାରଣ କିମ୍ବା ରାଜନେତା କିମ୍ବା ସଚେତନ ନାଗରିକଙ୍କ ମଧ୍ୟ କୌଣସି ପ୍ରକାର ଆନ୍ତରିକତା ପ୍ରକଶ କରିନାହାନ୍ତି . ରାଜ୍ୟ ସରକାର ବର୍ତମାନ ଯେଉଁ ସବୁ ନୂତନ ପଦବୀରେ ଅଧ୍ୟାପକ ମାନଙ୍କୁ ନିଯୁକ୍ତି ଦେଲେ କାଶୀନଗରକୁ ଜଣେ ହେଲେ ଅଧ୍ୟାପକ୍ଷଙ୍କୁ ନିଯୁକ୍ତି ଦେଇ ନାହାନ୍ତି ବୋଲି ସେ କହିଥିଲେ. ବର୍ତମାନ ଏହି ମହାବିଦ୍ୟାଳୟ ରେ ବିଜ୍ଞାନ ଓ କଳା ବିଭାଗର ମୁଖ୍ୟ ବିଷୟ ମାନଙ୍କରେ ଖାଲି ପଡ଼ିଥିବା ପଦବୀ ଗୁଡିକ ଯଥା ଶୀଘ୍ର ପୂରଣ କରିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବୀ ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ