ପୋତାରଗୁମ୍ମା ଗ୍ରାମରେ ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ରାମଗିରି ଥାନା ଅନ୍ତର୍ଗତ ପୋତାରଗୁମ୍ମା ଗ୍ରାମରେ ଜଣେ ଯୁବକ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ପୋତାରଗୁମ୍ମା ଗ୍ରାମର ସୋମନାଥ ଗମାଙ୍ଗ (୩୫) ସ୍ନାନଶୌଚପାଇଁ ଗ୍ରାମ ନିକଟସ୍ଥ ପୋଖରୀକୁ ଯାଇଥିଲେ । ଏହି ସମୟରେ କୌଣସି କାରଣରୁ ସେ ପୋଖରୀରେ ବୁଡିଯାଇଥଲେ । ସୋମନାଥ ଘରକୁ ନ ଫେରିବାରୁ ପରିବାର ଲୋକେ ବିଳମ୍ବିତ ରାତ୍ର ସମୟରେ ବହୁ ଖୋଜାଖୋଜି କରୁଥିଲେ ମଧ୍ୟ ତାଙ୍କର ଆଜି ସକାଳ ପର୍ଯ୍ୟନ୍ତ ପତ୍ତା ନଥିଲା । ତେବେ ଆଜି ସକାଳ ୧୧ଘଣ୍ଟା ସମୟରେ ଗ୍ରାମବାସୀ ମୃତ ସୋମନାଥଙ୍କ ଶବ ଭାସୁଥିବାର ଦେଖି ତୁରନ୍ତ ତାଙ୍କର ପରିବାର ଲୋକ ଓ ରାମଗିରିଥାନାକୁ ସୂଚନା ଦେଇଥିଲେ । ଖବର ପାଇ ରାମଗିରି ଥାନା ପୋଲିସ ପହଂଚି ଶବକୁ ଜବତ କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଭାର ଏଏସ୍ଆଇ ପି.କେ.ତାରିଣୀଙ୍କୁ ପ୍ରଦାନ କରାଯାଇଥିବାର ରାମଗିରି ଥାନା ସୂତ୍ରରୁ ପ୍ରକାଶ ।


