କୁକୁର କାମୁଡା ଆତଙ୍କ , ୧୧ ଆହତ
ଯୋଡ଼ା (ଯୁଗାଦ୍ଦ) କାମୁଡା କୁକୁର ଆତଙ୍କରେ ସହରବାସୀ ଆତଙ୍କିତ । ଯୋଡା ପୌରପାଳିକାର ୪ ନଂ ଓାର୍ଡରେ ଏକ କାମୁଡା କୁକୁର ଗତ ରବିବାର ଦିନଠାରୁ ମଙ୍ଗଳବାର ଦିନ ପର୍ଯ୍ୟନ୍ତ ସହରର ପ୍ରାୟ ୧୧ ଜଣଙ୍କୁ କାମୁଡି ଆହତ କରିପକାଇଛି । ୪ ନଂ ଓାର୍ଡ ମୁସଲିମ୍ ବସ୍ତିର ମହମ୍ମଦ ଭୋଲା, ମହମ୍ମଦ ମଝର ଅହମ୍ମଦଙ୍କୁ ଏବଂ ଏକ ଡମ୍ପର ହେଲପରଙ୍କୁ ରବିବାର ରାତି ୯ ଟା ବେଳେ କାମୁଡିବାରୁ ସେମାନେ ଆହତ ହୋଇଛନ୍ତି । ଆହତ ଏମଡି ଭୋଲାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏହିପରି ୧୧ ଜଣଙ୍କୁ ଉକ୍ତ କୁକୁରଟି କାମୁଡି ସାରିଲାଣି ବୋଲି ସହରରେ ଚର୍ଚ୍ଚା ହେଉଛି । କୁକୁରଟିକୁ ପୌରପାଳିକା ପକ୍ଷରୁ ଧରିବା ପାଇଁ ସହରବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟ ଯୋଶୀଙ୍କୁ ପଚାରିବାରୁ ସେ ଏଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି ।


