କୁମାର ସାନୁ, ଅଲକା ୟାଗ୍ନିକ୍ ଓ ଉଦିତ୍ ନାରାୟଣଙ୍କୁ ୠଡଓଉଋ ପଠାଇଲା ନାଟିସ୍
ମୁମ୍ବାଇ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢ଼ିଯାଇଛି । ବିଶେଷ କରି ପାକିସ୍ତାନ କଳେ, ବଳେ ଓ କୌଶଳେ ଭାରତକୁ ଘେରିବାକୁ ଚେଷ୍ଟା କରୁଛି ଏବଂ ବିଫଳ ହେଉଛି । ତେବେ ୟା ଭିତରେ ଫେଡେରେସନ୍ ଅଫ୍ “ଷ୍ଟେର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍ (ୠଡଓଉଋ) ପ୍ରତ୍ୟେକ ଭାରତୀୟ କଳାକାରଙ୍କୁ ପାକିସ୍ତାନ ଯିବାକୁ ତଥା ପାକିସ୍ତାନ ସହ ଜଡ଼ିତ କୌଣସି ପ୍ରୋଗ୍ରାମରେ ଯୋଗ ଦେବାକୁ ବାରଣ କରିଛି । ଆପଣମାନଙ୍କର ତ ମନେ ଥିବ ମିକା ସିଂହ ପାକିସ୍ତାନରେ ଗୀତ ଗାଇ କେମିତି ହଇରାଣ ହାଇଥିଲେ । କ୍ଷମା ମାଗିବା ପରେ ଯାଇ ତାଙ୍କ ଉପରୁ ବ୍ୟାନ୍ ନିର୍ଦ୍ଦେଶ ହଟାଇଥିଲା ୠଡଓଉଋ? ଆଉ ଏବେ ଫେଡେରେସନ୍ର ଟାର୍ଗେଟକୁ ଆସିଛନ୍ତି ବଲିଉଡ୍ ଅନ୍ୟତମ ପ୍ରସିଦ୍ଧ ଗାୟିକା ଓ ଗାୟକ- ଅଲକା ୟାଗନିିକ୍, କୁମାର ସାନୁ ଓ ଉଦିତ୍ ନାରାୟଣ ।
ସୂଚନା ଅନୁଯାୟୀ, ଆସନ୍ତା ନଭେମ୍ବର ୧୭ରେ ଆମେରିକାରେ କିଛି ପାକିସ୍ତାନୀ ଆୟାଜନ କରୁଥିବା କାର୍ଯ୍ୟକ୍ରମରେ ଗୀତ ଗାଇବାକୁ ଏହି ତିନି ଜଣଙ୍କୁ ନିମନ୍ତ୍ରଣ କରାଯାଇଛି । ଆଉ ଏ ନେଇ ୠଡଓଉଋ ସେମାନଙ୍କୁ କ୍ଷନାଟିସ୍ ପଠାଇଛି । ସେହି ପ୍ରୋଗ୍ରାମରେ ଯୋଗ ନ ଦେବାକୁ ଫେଡେରେସନ୍ ପକ୍ଷରୁ ସେମାନଙ୍କୁ କୁହାଯାଇଛି । ଏହି ତିନି ଜଣ ଗାୟକ, ଗାୟିକାଙ୍କ ପାଖକୁ ପଠାଯାଇଥିବା ପୃଥକ ପୃଥକ ନୋଟିସ୍ରେ ଲେଖାଯାଇଛି, “ସୂଚନା ମିଳିଛି ଯେ, ଆପଣ ଜଣେ ପାକିସ୍ତାନୀ ନାଗରିକ ମାଜାମା ହୁସେନ୍ଙ୍କ ଦ୍ୱାରା ଆମେରିକାରେ ଆୟୋଜିତ ହେଉଥିବା ଏକ କାର୍ଯ୍ୟକ୍ରମରେ ଗୀତ ଗାଇବାକୁ ଯାଉଛନ୍ତି । ୠଡଓଉଋ ଆପଣଙ୍କୁ ନିବେଦନ କରୁଛି ଯେ ଆପଣ ଏହି ପ୍ରୋଗ୍ରାମରୁ ଓହରିଯାଆନ୍ତୁ ।’ ଫିଲ୍ମ ନିର୍ମାତା ତଥା ଫେଡେରେସନର ମୁଖ୍ୟ ଉପଦେଷ୍ଟା ଅଶୋକ ପଣ୍ଡିତ ଏହି ନୋଟିସ ଗୁଡ଼ିକୁ ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ମଧ୍ୟ ପୋଷ୍ଟ୍ କରିଛନ୍ତି । ଅଶାକ ପଣ୍ଡିତ୍ ଆଶା ରଖିଛନ୍ତି ଯେ ଏ ତିନି ସେଲେବ୍ରିଟି ସଂଘର କଥା ମାନିବେ । ସେ ଏ କଥା ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ଲେଖିଛନ୍ତି । ପୂର୍ବରୁ ସଂଘ ପକ୍ଷରୁ ଦଲଜିତ୍ ଦାସାଞ୍ଝଙ୍କୁ ମଧ୍ୟ ଏ ଭଳି ଏକ ନୋଟିସ୍ ପଠାଯାଇ ଆମେରିକାରେ ପାକିସ୍ତାନୀଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୀତ ନଗାଇବାକୁ କୁହାଯାଇଥିଲା । ସେ ସଂଘ କଥା ମାନିଥିଲେ ଓ ଉକ୍ତ କାର୍ଯ୍ୟକ୍ରମରୁ ଓହରି ଯାଇଥିଲେ ।


