କୁମୁଣ୍ଡିରେ ପଞ୍ଚଦଶତମ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ବସନ୍ତ ପାଞ୍ଚମୀ ତିଥିରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ କୁମୁଣ୍ଡି ଗ୍ରାମରେ ଚବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଏବଂ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ଗ୍ରାମର ଏହା ପଞ୍ଚଦଶତମ ନାମଯଜ୍ଞ ହୋଇଥିବା ବେଳେ ନାମ ଆଚାର୍ଯ୍ୟ ତଥା ସୋରିଷମୂଳି ନୃସିଂହନାଥ ଆଶ୍ରମ ମହନ୍ତ ସୁଧାନନ୍ଦ ମହାରାଜଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ନାମ ଯଜ୍ଞରେ କୁମୁଣ୍ଡି ସମେତ ଖରିଡ଼ା,ନେଟେଙ୍ଗା,ମାଳତୀବାଡ଼ି ଏବଂ ସାନଖୋଲି ଗ୍ରାମର ସଂକୀର୍ତ୍ତନ ଦଳ ଅଖଣ୍ଡ ନାମ ପରିବେଷଣ କରୁଛନ୍ତି I କୁମୁଣ୍ଡି ବେଲଗୁଣ୍ଠା ବ୍ଳକ୍ ର ଏକ ଉପାନ୍ତ ଗ୍ରାମ ହୋଇଥିଲେ ମଧ୍ୟ ନାମଯଜ୍ଞ ଦେଖିବା ସହିତ ପ୍ରସାଦ ସେବନ ପାଇଁ ନିକଟସ୍ଥ ଗାଙ୍ଗପୁର, ବୋରୀ,ବିଞ୍ଝଗିରୀ,ଗୋପନଗର ସମେତ ଆଖପାଖ ବିଭିନ୍ନ ଗ୍ରାମରୁ ଲୋକଙ୍କ ସୁଅ ଛୁଟିଥିବା ଦେଖିବାକୁ ମିଳିଛି I ଗ୍ରାମରେ ଏକ ଉତ୍ସବମୟ ପରିବେଶ ସୃ୍ଷ୍ଟି ହୋଇଥିବା ବେଳେ ମାଆ ଠାକୁରାଣୀ ଗ୍ରାମ୍ୟ ଅନୁଷ୍ଠାନ, ଯୁବ ଗୋଷ୍ଠୀ ଏବଂ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି I ଆସନ୍ତା ଶନିବାର ସକାଳେ ଏହି ଯଜ୍ଞ ସମାପନ ହେବ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ