କୁଷ୍ଠ ରୋଗ ନିରାକରଣ ନେଇ ଯୋଡାରେ ‘ଶାମ୍ବ ରଥ‘ର ଶୁଭାରମ୍ଭ
ଯୋଡ଼ା ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଶନିବାର ପୂର୍ବାହ୍ନରେ କୁଷ୍ଠ ରୋଗ ନିରାକରଣ ନେଇ ‘ଶାମ୍ବ ରଥ‘କୁ ଡାଃ ରଘୁନାଥ ହେମ୍ବ୍ରମ ପତାକା ଦେଖାଇ ଶୁଭାରମ୍ଭ କରିଥଲେ । ଏହି ଶୁଭାରମ୍ଭରେ ବରିଷ୍ଠ ଡାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତି, ଦନ୍ତ ବିଶେଷଜ୍ଞ ଲୋପାମୁଦ୍ରା ଜେନା, ଆର.ବି.ଏସ.କେ. ଡାକ୍ତର ପ୍ରଫୁଲ ଚନ୍ଦ୍ର ମହାନ୍ତ, ସ୍ୱାସ୍ଥ୍ୟ ପରିଦର୍ଶକ ଅଚ୍ୟୁତାନନ୍ଦ ପାତ୍ର, କୁଷ୍ଠ ରୋଗ ସ୍ୱାସ୍ଥ୍ୟ କର୍ମୀ ଉଦୟଭାନୁ ରାଉତ ଏବଂ ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟାପ୍ ନର୍ସ , ଫାର୍ମାଷିଷ୍ଟ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ୨୯.୦୨.୨୦୨୦ ପର୍ଯ୍ୟନ୍ତ ଚାଲୁ ରହିବ । ‘ଶାମ୍ବ ରଥ‘ ପ୍ରତ୍ୟେକ ଘରକୁ ଘର ଯାଇ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରିବା ସହିତ ପ୍ରତ୍ୟେକ ଦିନର ବିବରଣୀ ଜିଲା ମୁଖ୍ୟାଳୟକୁ ପ୍ରେରଣ କରିବ ବୋଲି ସ୍ୱାସ୍ଥ୍ୟ ପରିଦର୍ଶକ ଅଚ୍ୟୁତାନନ୍ଦ ପାତ୍ର କହିଥିଲେ ।



