କୁହୁଡି ଯୋଗୁଁ ବାତିଲ ହୋଇପାରେ ଟ୍ରେନ୍‌

ନୂଆଦିଲ୍ଲୀ : ଦିଲ୍ଲୀ ସହିତ ଉତ୍ତର ଭାରତରେ ବିଭିନ୍ନ ସ୍ଥାନରେ କୁହୁଡ଼ି ଲାଗି ରହୁଛି। ଏହାକୁ ଦୃଷ୍ଟିରେ ରଖି କେତେକ ଟ୍ରେନ୍ ବାତିଲ କରିବା ଲାଗି ରେଳବାଇ କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି। ପୂର୍ବତଟ ରେଳପଥର କେତେକ ସ୍ଥାନରେ ମଧ୍ୟରାତ୍ରି ପରେ ଓ ଭୋର ସମୟରେ ଘନ କୁହୁଡିର ଆଶଙ୍କା କରିବା ସହ ପୂର୍ବ ବର୍ଷଗୁଡ଼ିକର ଅନୁଭୂତି ଅନୁଯାୟୀ ଯାତ୍ରୀମାନଙ୍କର ଯାତ୍ରା ସମୟରେ ଦୁର୍ଦଶାକୁ ନଜରରେ ରଖି ପୂର୍ବତଟ ରେଳପଥ ପରିସ୍ଥିତିକୁ ଦୃଷ୍ଟିରେ ରଖି କେତେକ ଟ୍ରେନର ଚଳାଚଳକୁ ବାତିଲ କରିବା ଓ କେତେକ ଟ୍ରେନର ସମୟରେ ପରିବର୍ତ୍ତନ କରିବାକୁ ଯୋଜନା ରଖିଛନ୍ତି। ଘନ କୁହୁଡି ଯୋଗୁଁ ପୂର୍ବତଟ ରେଳପଥର ଟ୍ରେନଗୁଡିକ ଉତ୍ତର କେନ୍ଦ୍ରୀୟ ଅଞ୍ଚଳରେ ପ୍ରଭାବିତ ହେବାର ଆଶଙ୍କା ଅଧିକ । ବହୁ ଗୁରୁତ୍ୱପୂର୍ଣ୍ଣ ଟ୍ରେନ ଯଥା ପୁରୁଷୋତ୍ତମ, ନୀଳାଚଳ, ନନ୍ଦନକାନନ, ସମ୍ପର୍କ କ୍ରାନ୍ତି, ଦୁରନ୍ତ, କଳିଙ୍ଗ ଉତ୍କଳ, ଅନୁଗୁଳ ଓ ଝାରସୁଗୁଡା ମାର୍ଗ ଦେଇ ଚଳାଚଳ କରୁଥିବା ସୁପରଫାଷ୍ଟ, ରାଜଧାନୀ ଓ ଜାମ୍ମୁତାବି ଟ୍ରେନଗୁଡିକର ଚଳାଚଳ ସମୟରେ ପ୍ରଭାବିତ ହେବ । ଏହି ସମୟରେ ଟ୍ରେନଗୁଡିକର ମାତ୍ରାଧିକ ବିଳମ୍ବ ଯୋଗୁଁ ସଂଯୋଗ ଟ୍ରେନଗୁଡିକ ଉପରେ ମଧ୍ୟ ଏହା ପ୍ରଭାବ ପକାଇବାର ଆଶଙ୍କା କରାଯାଉଛି । ବାତିଲ ହେବାକୁ ଥିବା ଟ୍ରେନ ଓ ବିଳମ୍ବିତ ଯାତ୍ରା କରିବାକୁ ଥିବା ଟ୍ରେନ ସମ୍ବନ୍ଧରେ ରେଳବାଇ ପକ୍ଷରୁ ଏସଏମଏସ ମାଧ୍ୟମରେ ସୂଚନା ପ୍ରଦାନ କରାଯିବାକୁ ପଦକ୍ଷେପ ନିଆଯାଉଛି। ଯାହା ଫଳରେ ଯାତ୍ରୀମାନେ ସେମାଙ୍କର ଟ୍ରେନ ବିଷୟରେ ସୂଚିତ ହେଇପାରିବେ ଏବଂ ଯାତ୍ରୀମାନେ ମଧ୍ୟ ଷ୍ଟେସନକୁ ଆସି ଅପେକ୍ଷା ନକରି ବହୁ ପୂର୍ବରୁ ଅବଗତ ହୋଇପାରିବେ । ଯାତ୍ରୀମାନେ ମଧ୍ୟ ସେମାନଙ୍କର ଯାତ୍ରା କରିବାର ଯୋଜନା କରିନେବେ । ଯେଉଁ ଯାତ୍ରୀମାନେ ଟିକେଟ ବୁକ କରିବା ସମୟରେ ସେମାଙ୍କର ଆବେଦନ ଫର୍ମରେ ସେମାଙ୍କର ମୋବାଇଲ ନମ୍ବର ପଞ୍ଜିକରଣ କରିଥିବେ ସେହିମାନଙ୍କୁ ଏସଏମଏସ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ ।
ଏହି ସମୟରେ ଟ୍ରେନଗୁଡିକର ଚଳାଚଳକୁ ନିୟମିତ କରିବା ପାଇଁ ପୂର୍ବତଟ ରେଳପଥ କେତେକ ଟ୍ରେନର ଚଳାଚଳକୁ ବାତିଲ କରିବା ସହ କେତେକର ସମୟରେ ପରିବର୍ତ୍ତନ କରିପାରେ । ଏହି ପରିସ୍ଥିତି ପାଇଁ ପୂର୍ବତଟ ରେଳପଥ ଯାତ୍ରୀମାନଙ୍କଠାରୁ ସହଯୋଗ କାମନା କରିଛି । ଏହା ସହିତ ଯାତ୍ରୀମାନେ ଷ୍ଟେସନ ଆସିବାର ବହୁ ଆଗରୁ ସେମାନଙ୍କର ଟ୍ରେନ ସମ୍ବନ୍ଧରେ ୧୩୯ ନମ୍ବରକୁ କଲ କରି ସୂଚନା ପାଇପାରିବେ । ଏହା ସହିତ ଯାତ୍ରୀମାନେ ନ୍ୟାସନାଲ ଟ୍ରେନ ଇନକ୍ୱାରୀ ସିଷ୍ଟମ ମାଧ୍ୟମରେ ୱେବସାଇଟରୁ କିମ୍ବା ମୋବାଇଲ ଆପ ଦ୍ୱାରା ସୂଚନା ପାଇପାରିବେ । ପୂର୍ବତଟ ରେଳପଥ ଏହାର ପରିସୀମା କ୍ଷେତ୍ରରେ ବିଭିନ୍ନ ରେଳ ସେକ୍ସନରେ ଯାତ୍ରା ସମୟରେ ଘନ କୁହୁଡ଼ିକୁ ସାମ୍ନା କରିବା ସହ ରେଳା ଚଳାଚଳକୁ ସୁଗମ କରିବା ପାଇଁ ଏହାର କାର୍ଯ୍ୟଶକ୍ତିକୁ ପ୍ରସ୍ତୁତି ରଖିବା ସହ କୁହୁଡି ପ୍ରଭାବିତ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବାକୁ ନିଜର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ